ପୁରୀ,୬ା୭: ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ। ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କର ପୁରୀକୁ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ରଥଯାତ୍ରା ପୂର୍ବରୁ ଆଜି ପୁରୀ ଶରଧାବାଲିରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସ୍ଵଚ୍ଛ ଭାରତ ଅଭିଯାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡୁ ମାରି ମୁଖ୍ୟମନ୍ତ୍ରୀ ସଫେଇ କାର୍ଯ୍ୟ କରିଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ସାମିଲ ରହିଥିଲେ। ରଥଯାତ୍ରା ପୂର୍ବରୁ ପୁରୀ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ସଫେଇ କଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ । ଆଇନ ଶୃଙ୍ଖଳା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ୪ ଏସପି ପାହ୍ୟା ଅଧିକାରୀ, ୭ ଅତିରିକ୍ତ ଏସପି, ୧୯ ଡିଏସପିଙ୍କ ସମେତ ୫୫ ଇନ୍ସପେକ୍ଟର, ୩୩୭ ଏସ୍ଆଇ, ଏଏସ୍ଆଇ ଓ ୧୩୦୦ ହୋମଗାର୍ଡଙ୍କ ଦାୟିତ୍ବରେ ରହିବ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ଵ । ସହରର ମୋଟ ୨୧ଟି ସ୍ଥାନ ପାର୍କିଂ ପାଇଁ ନିରୂପଣ କରାଯାଇଛି । ବସ୍ ପାଇଁ ୪ଟି, ଲାଇଟ୍ ଭେହିକିଲ ପାଇଁ ୧୧ ଓ ଦୁଇଚକିଆ ପାଇଁ ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ମାଳତୀ ପାଟପୁରଠୁ ଏକ କିମି ପୂର୍ବରୁ ତିନି ଲେନର ବ୍ୟବସ୍ଥା କରାଯାଇଛି । ଇନ୍ ସାଇଡ ଟ୍ରାଫିକ ପାଇଁ ମୋଟ୍ ୯ଟି ଜୋନ, ୧୮ଟି ସେକ୍ଟର ଓ ଆଉଟ୍ ସାଇଡ ଟ୍ରାଫିକ ପାଇଁ ୫ଟି ଜୋନ ଓ ୧୧ଟି ସେକ୍ଟର ରଖାଯାଇଛି । ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ରଖାଯିବା ସହ ରାଜପଥର ୪୦ଟି ସ୍ଥାନରେ ସିସିଟିଭି ଇନଷ୍ଟାଲ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |