୯ରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା ହେବ

ପୁରୀ, ୬।୭: ପୁରୀରେ ବସିଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟିର ବୈଠକରେ ଆଜି ରତ୍ନଭଣ୍ଡାର ଚାବି ଉପରେ ଫୋକସ କରାଯାଇଛି । ଚାବି ମଳିବା ପରେ ରତ୍ନଭଣ୍ଡାର ଖୋଲାହେବ। ଜଷ୍ଟିସ ରଥ କହିଛନ୍ତି, ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି। ୯ ତାରିଖ ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚାବି ଉପସ୍ଥାପନ ହେଲା ପରେ ରତ୍ନଭଣ୍ଡାର କେବେ ଖୋଲାଯିବ ସେହି ଦିନ ନିଷ୍ପତ୍ତି ହେବ। ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାରର ତାଲା ଖୋଲା ଯାଇନାହିଁ। ଯଦି ଉକ୍ତ ଚାବିରେ ନଖୋଲେ, ତା’ହେଲେ ତାଲା ଭଙ୍ଗା ଯିବ। ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ ଓ ଉକ୍ତ ଏସ୍‌ଓପିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ।ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଆହୁରି କହିଛନ୍ତି, ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ, ସେ ନିଷ୍ପତ୍ତି ପରିଚାଳନା କମିଟି ନେବ।ନୀତିକାନ୍ତି ପ୍ରଥମ, ଶ୍ରଦ୍ଧାଳୁଙ୍କ ଦର୍ଶନ ଦ୍ୱିତୀୟ। ଏହାକୁ ଗୁରୁତ୍ୱ ଦିଆଯିବ। କେବଳ ଗଣତି ମଣତି ନୁହେଁ, ରତ୍ନଭଣ୍ଡାର ମରାମତି ମଧ୍ୟ ଜରୁରୀ। ସେଇଠି ଗହଣା ରଖି ମରାମତି କରାଯାଇପାରିବନି। ଗହଣାକୁ ଅନ୍ୟତ୍ର ନିଆଯିବା ଆବଶ୍ୟକ। କେଉଁଠାକୁ ନିଆଯିବ ଓ କେମିତି ରହିବ, ତାହା ପରିଚାଳନା କମିଟି ନିଷ୍ପତ୍ତି କରିବ। ଅଲଗା ଜାଗାକୁ ସିଫ୍ଟ ସହ ସେଇଠି ଗଣତି, ମଣତି ମଧ୍ୟ କରାଯିବ। ଗଣତି, ମଣତି କିଭଳି କରାଯିବ, ସେନେଇ ଅଲଗା କମିଟି କରାଯିବ। ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ୍‌ କମିଟି ହେବ। ପୂର୍ବଥର ଏସବୁ କାମ ସଂପନ୍ନ କରିବା ପାଇଁ ୭୦ରୁ ଅଧିକ ଦିନ ଲାଗିଥିଲା। ଏଥର ଶୀଘ୍ର ସରିବ ବୋଲି ଆଶା କରାଯାଉଛି। ଉନ୍ନତ ଟେକ୍ନୋଲୋଜି ଥିବାରୁ ଶୀଘ୍ର ଗଣତି କାମ ସରିବ ବୋଲି ଆଶା କରାଯାଉଛି। ଗଣତି, ମଣତିରେ କିଏ ରହିବେ ଆମେ କେବଳ ପରାମର୍ଶ ଦେବୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!