ଭୁବନେଶ୍ବର,୨୪।୯ : ଆନ୍ଦୋଳନରେ ସଫେଇ କର୍ମଚାରୀ । ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଚାରିଆଡେ ପଡ଼ିଛି ଆବର୍ଜନା । କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନଙ୍କ ଯୋଗୁ ଉପୁଜିଛି ଏମିତି ସ୍ଥିତି । ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି । ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍ର ସଫେଇ କର୍ମଚାରୀ ।କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି । ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।ସେପଟେ କ୍ୟାପିଟାଲ ହସ୍ପିଟାଲ୍ ଅଧିକ୍ଷକ ପ୍ରତିକ୍ରିୟା ରଖି କହିଛନ୍ତି, ବିନା ଅନୁମତିରେ ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି । ଦରମା ବୃଦ୍ଧି ଓ ବୋନସ୍ ନେଇ କୁଇସ୍ ମ୍ୟାନେଜମେଣ୍ଟ ବୁଝିବା ସହିତ କଥା ହେବ ଉଚିତ । ଧାରଣା ନେଇ ମ୍ୟାନେଜମେଣ୍ଟଙ୍କୁ ଚିଠି ଲେଖି ଜଣାଇଛୁ । ସଫେଇ କର୍ମଚାରୀ କମ୍ପାନୀ ଓ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିବା ନେଇ କ୍ୟାପିଟାଲ ଥାନା ଅଧିକାରୀ ଡାକିଛନ୍ତି । ହସ୍ପିଟାଲ ସଫେଇ ନହେବ ଓ ବିନା ଅନୁମତିରେ ଧାରଣାରେ ବସିବା ନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ହୋଇଛି । ଏହା ସହ ବିଏମସି, ଜିଲ୍ଲାପାଳ, ଏନଏଚଏମଙ୍କୁ ଚିଠି ଲେଖି ଅବଗତ କରାଯାଇଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |