ଭୁବନେଶ୍ୱର,୧୪।୧୧: ଆସନ୍ତା ୧୯ ତାରିଖରୁ OSSTET -୨୦୨୪ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି। ନଭେମ୍ବର ୧୯ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ଡିସେମ୍ବର ୧ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ୱେବସାଇଟ www.bseodisha.ac.inକୁ ଯାଇ ଆବେଦନ କରିପାରିବେ। ପରୀକ୍ଷା ଫି’ ମଧ୍ୟ ଅନଲାଇନ ଦେବାକୁ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |