ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

କଟକ,୧୭ା୧୧:  କଟକ ବାଲିଯାତ୍ରାରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ। ବାସି ଓ ଅପମିଶ୍ରିତ ଖାଦ୍ଯ, ରସାୟନିକ ରଙ୍ଗକୁ ନେଇ ଚାଲିଛି ଚଢାଉ। ଉଭୟ ତଳ ଓ ଉପର ପଡ଼ିଆର ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି । କଟକ ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ୍ ମାନଙ୍କରେ ଚଢାଉ କରାଯାଇଛି। ବିଶେଷ କରି ବାସୀ ଖାଦ୍ୟ ,ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ ନିମ୍ନ ମାନର ତେଲ କୁ ଯାଞ୍ଚ କରାଯାଇଛି। ଖିଲାପ କରିଥିବା ଦୋକାନ ଗୁଡ଼ିକୁ ଫାଇନ ଆଦାୟ କରିବା ସହ ପୁନର୍ବାର ଏପରି ନକରିବା ପାଇଁ ଚେତାବନୀ ଦିଆଯାଇଛି। ଏହା ସହ ବାସି ଖାଦ୍ୟକୁ ଜବତ୍ କରିବା ସହ ନଷ୍ଟ ମଧ୍ୟ ମଧ୍ୟ କରାଯାଇଛି। ପ୍ରତିଦିନ ଏଭଳି ଚଢାଉ ପ୍ରକ୍ରିୟା ଜାରି ରହିବା ନେଇ  ସୂଚନା ଦେଇଛନ୍ତି ସି ଏମ୍ ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!