ସୁଭଦ୍ରା ପୋର୍ଟାଲରୁ ଭୁଲରେ କଟିଥିଲେ ହୋଇପାରିବେ ସାମିଲ୍

ଭୁବନେଶ୍ୱର,୧୧।୧:ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା ସୁବିଧା (OPT IN ) ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ବାଦ ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରା ଯୋଜନାରେ ସାମିଲ ହେବାର ସୁଯୋଗ ପାଇପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ତେଣୁ ଯେଉଁମାନେ ଭୁଲରେ ବାଦ ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି ।ସେହିପରି ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର e-KYC କରିନାହାନ୍ତି ଅବା ଓଟିପି ମାଧ୍ୟମରେ e-KYC କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର କୁ ଯାଇ ବାୟୋମେଟ୍ରିକ ପଦ୍ଧତିରେ ନିଜର e-KYC କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!