ଆଜି ବ୍ରହ୍ମପୁରରୁ କୁମ୍ଭମେଳାକୁ ଗଡ଼ିବ ବସ୍

ବ୍ରହ୍ମପୁର,୧୨ା୧: କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ବସ୍ ।ମହାକୁମ୍ଭକୁ ବସ ଚଳାଚଳ ନେଇ ଉତ୍ସାହିତ ଅଛନ୍ତି ରାଜ୍ୟବାସୀ । କୁମ୍ଭମେଳାରେ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଆଜିଠାରୁ ରାଜ୍ୟରୁ ୮ ବସ୍ ପ୍ରୟାଗରାଜ ଅଭିମୁଖେ ବାହାରିବ । ବ୍ରହ୍ମପୁରଠାରୁ ଏହି ବସ୍ ଚଳାଚଳର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବସଗୁଡ଼ିକର ଶୁଭାରମ୍ଭ କରାଯିବ ବୋଲି ସୂଚନା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!