ଭୁବନେଶ୍ୱର,୧୮ା୧: ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବ ମୋଟର ଯାନ ଆଇନ। ଏହି ଆଇନ ଅନୁଯାୟୀ, ମୋଟର ଯାନରେ ବୀମା ନ ଥିଲେ ଟୋଲ୍ଗେଟ୍ରେ ଯାଇପାରିବେ ନାହିଁ। ଅର୍ଥାତ୍ ସ୍ବୟଂକ୍ରିୟା ପ୍ରଣାଳୀରେ ଧରାପଡ଼ିଯିବେ।
ଇ-ଡିଟେକ୍ସନ ପ୍ରକ୍ରିୟାରେ ଇ-ଚାଲାଣ ଜାରି ହେବ। ଥିବା ୨୨ ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ।ଆସନ୍ତା ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ। ଏଥିରେ ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲଂଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ଦଣ୍ଡ ବି ଭୋଗିବାକୁ ପଡ଼ିବ। ପୁନର୍ବାର ଉଲ୍ଲଂଘନ କଲେ ୪ ହଜାର ଜରିମାନା କିମ୍ବା ୩ ମାସ ଜେଲ ହେବ।ମୋଟର ଯାନରେ ବୀମା ନ ଥିଲେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ ଆସନ୍ତା ଫେବୃଆରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବ । ମୋଟର ଯାନ ଆଇନ ଅନୁଯାୟୀ ବୈଧ ବୀମା ନଥାଇ ଗାଡ଼ି ଚଳାଚଳ କରୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |