ଚଚରାଗୁଡାରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ର ଅଷ୍ଟମ ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୧୮ା୧ :-ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଚଚରା ଗୁଡାରେ ମୌଳିକ ଓ ସଂଖ୍ୟା ଜ୍ଞାନ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ତରଫରୁ ସ୍ଵାଗତ ଓ କାର୍ଯ୍ୟସୂଚୀ ପ୍ରଦାନ ,ବିଦ୍ୟାଳୟ ପରିଦର୍ଶନ,ପୂର୍ବ ବୈଠକରେ ଆଲୋଚନା, ମୌଳିକ ସାକ୍ଷରତା ଓ ଭାଷାଜ୍ଞାନ ,ଜାନୁୟାରୀ ମାସର ପାଠ ଯୋଜନା,ଶ୍ରେଣୀ ପରିଚାଳନାରେ ଏ ପାଖ ସେ ପାଖ,ଟ୍ରାକର ରେଜିଷ୍ଟାର ଆଲୋଚନା,ପରୀକ୍ଷା ପେ ଚର୍ଚ୍ଚା,ନିପୁଣ ଓଡିଶା ଗଠନରେ ଶିକ୍ଷକ ର ଭୂମିକା ,ଏଫ .ଏଲ .ଏନ୍. ପାଇଁ ପ୍ରତି ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଯୋଗଦାନ କରିବେ ତାଲିକା ପ୍ରଦାନ କରିବା ପାଇଁ ମତ ପ୍ରଦାନ କରାଗଲା । ଆସନ୍ତା ଦିନରେ ୟୁ ଏ ଏସ ଆପ ରେ ଆମ ସମସ୍ତ ପାଇଁ କାମ କରିବା ଦାୟିତ୍ଵ ପୂର୍ଣ୍ଣବାବଦରେ ସି ଆର ସି ସି ଆଲୋକ ପାତ କରିଥିଲେ ।ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଅନଲାଇନ କରିବା,ନିପୁଣ ଓଡ଼ିଶାର ପତ୍ରିକା ସମସ୍ତ ପ୍ରଧାନ ଶିକ୍ଷକକୁ ପ୍ରଦାନ କରାଗଲା ।ଵୈଠକରେ ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ ,ରଞ୍ଜନ ମୋହନ ଖୁରା,ମୋହନ ନାୟକ ,ଲିଙ୍ଗରାଜ ସାହୁ,ସୋମନାଥ ମାଝୀ,ଏଫ ଏଲ ଏନ୍ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ ସହ ଅଂଶ ଗ୍ରହଣ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଵାଵୁଲାଲ ବୈଠକରେତରଫରୁ ଏଫ. ଏଲ .ଏନ୍.ର ଟି. ଏଲ .ଏମ. ନିୟମ ଆଧାରରେ କ୍ରୟ କରିବା ସହ ଆଲୋଚ୍ୟ ବିଷୟ କୁ ପିଲାଙ୍କ ପାଖରେ ପଞ୍ଚାଇବାକୁ ଶିକ୍ଷକ ଭାବେ ଦାୟିତ୍ୱ ବୋଧତା ରେ କାର୍ଯ୍ୟ କରିବାକୁ ମତ ଦେଇଥିଲେ। ସମସ୍ତକୁ ଧନ୍ୟବାଦ ଅର୍ପଣ କରି ଶଙ୍କର ସୁନା ବୈଠକ ସମାପ୍ତ ଘୋଷଣା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!