ଡାବୁଗାଁ ଠାରେ 2ଦିନ ଧରି ଚାଲିଥିବା ଉଦ୍ୟାନ କୃଷି କର୍ମଶାଳା ଉଦଯାପିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର,), ୧୮।୧ :- ଆଜି ଅପରାହ୍ନ 2ଘଣ୍ଟା ସମୟରେ ଉଦ୍ୟାନ କୃଷି ବିଭାଗ ତରଫରୁ ଡାବୁଗାଁ ରେ ଦୁଇ ଦିନ ଧରି ଚାଲିଥିବା ଉଦ୍ୟାନ କୃଷି କର୍ମଶାଳା ଉଦଯାପିତ ହେଲା। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ଉଦ୍ୟାନ କୃଷି ଅଧିକାରୀ ରବି ଶଙ୍କର ପଣ୍ଡାଙ୍କ ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରଥମରେ ଯୋଗଦେଇଥିଲେ ଉନ୍ନୟନ ଅଧିକାରୀ ଶରତ ମାଝୀ, କୃଷକ ପ୍ରତିନିଧି ତଥା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର ଏବଂ ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ।ଆଜିର ଉଦଯାପିତ ଉତ୍ସବ ରେ ଯୋଗଦେଇ ଥିଲେ ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ, ମେଦନା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ ଏବଂ କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ବିଭାଗ ର ଅଧିକାରୀମାନେ ଯଥା ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ପ୍ରାଣୀ ଚିକିତ୍ସକ ଡା. ଏଲ. ଲୋକନାଥ ରେଡ୍ଡୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ନିରୋଜ ମଲ୍ଲିକ,।ବ୍ଲକର ଅଧିକାଂଶ ପଞ୍ଚାୟତର ପ୍ରମୁଖ ଚାଷୀ, କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗ ର ଅଧିକାରୀ ମାନେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମ ରେ ଆଜି ସାମ୍ବାଦିକ ସଙ୍ଘର ସମ୍ପାଦକ ମିହିର ଶଙ୍କର ପାତ୍ର ଏବଂ ଉପସଭାପତି ଗଗନ ଗନ୍ତାୟତ କୁ ଉଦ୍ୟାନ କୃଷି ଅଧିକାରି ଉପଧକନ ଦେଇ ସଂମ୍ମାନିତ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!