କେନ୍ଦ୍ରାପଡା,୧୯।୧:ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା| ବନ୍ଦ ରହିବ ଭିତରକନିକା । ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏଁ ବଉଳା କୁମ୍ଭୀର ଗଣନା ହେବ।ରାଜନଗର ବନଖଣ୍ଡର ୫ଟି ରେଞ୍ଜର ନଦୀନାଳରେ ହେବ ଗଣନା।କୁମ୍ଭୀର ଗଣନାରେ ବନ ବିଭାଗର ୨୨ଟିମ୍ ସାମିଲ ଅଛନ୍ତି।ପ୍ରତି ଟିମରେ ୭ରୁ ୮ ଜଣ ଲେଖାଏଁ ବନ କର୍ମଚାରୀ ସାମିଲ ଅଛନ୍ତି।କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ଭିତରକନିକା ଆସିବାକୁ ବାରଣ କରାଯାଇଛି।କୁମ୍ଭୀର ଗଣନା ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି।ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ। ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯିବ।ଗତବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରିଛନ୍ତି ଅଧିକାରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |