ଆଜିଠାରୁ ଗାଜାରେ ଅସ୍ତ୍ରବିରତି

ତେଲ ଅଭିଭ୍‌, ୧୯।୧: ହମାସ ସହ ଅସ୍ତ୍ରବିରତି ଚୁକ୍ତିକୁ  ଇସ୍ରାଏଲ କ୍ୟାବିନେଟ୍ ଅନୁମୋଦନ ମିଳିଥିବାରୁ ଆସନ୍ତାକାଲି(ରବିବାର)ଠାରୁ ୬ ସପ୍ତାହ ଯୁଦ୍ଧବିରତି ସହ ଗାଜାରେ ଚାଲିଥିବା ୧୫ ମାସର ଯୁଦ୍ଧ ସ୍ଥଗିତ ହେବାର ବାଟ ଫିଟିଛି। ରବିବାର ସକାଳ ସାଢ଼େ ୮ଟାରୁ ଅସ୍ତ୍ରବିରତି ଲାଗୁ ହେବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମନ୍ତ୍ରିମଣ୍ଡଳ କିଛି କଠୋର ଦକ୍ଷିଣପନ୍ଥୀ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଯୁଦ୍ଧବିରତି ଚୁକ୍ତିକୁ ଗ୍ରହଣ କରିବା ପରେ ମଧ୍ୟପ୍ରାଚ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। ଅସ୍ତ୍ରବିରତି ନେଇ ଦେଶବାସୀ, ବିଶେଷତଃ ବନ୍ଧକ ଥିବା‌ ଲୋକଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ତେବେ ବନ୍ଧକ ଓ ବନ୍ଦୀ ବିନିମୟ ଅପରାହ୍ଣ ସାଢ଼େ ୪ଟାରୁ ଆରମ୍ଭ ହେବ। ଏହି ଚୁକ୍ତିରେ କତର ଓ ଇଜିପ୍ଟ ମଧ୍ୟସ୍ଥତା କରିଥିଲେ ଏବଂ ଆମେରିକୀୟ ଅଧିକାରୀମାନେ ଘନିଷ୍ଠ ଭାବେ ଜଡ଼ିତ ଥିଲେ। ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧର ଅନ୍ତ ଘଟାଇବା ଏହି ଚୁକ୍ତିର ଲକ୍ଷ୍ୟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!