ଭୁବନେଶ୍ୱର,୧୯ା୧:ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୧୦ଟା ବେଳେ ହୃଦଘାତରେ ସେ ନିଜର ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।ଡାକ୍ତର ଗୋପାଳ କର ଏସସିବି ମେଡିକାଲ କଲେଜର ମାନସିକ ରୋଗ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ଡାକ୍ତର ଗୋପାଳ ଏସସିବିରେ ମାନସିକ ବିଭାଗ ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ କାର୍ଯ୍ୟ କରୁଥିଲେ । ଏଥିସହ ଡାକ୍ତର ଗୋପାଳ ଡିଏମଇଟି ପଦର ଦାୟିତ୍ୱରେ ଥିଲେ ।ଡାକ୍ତର ଗୋପାଳଙ୍କ ସ୍ତ୍ରୀ ଗାୟତ୍ରୀ ଦେବୀ ଜଣେ ସାହିତ୍ୟିକା । ଉଭୟଙ୍କର ୩ ପୁଅ ଅଛନ୍ତି । ଡାକ୍ତର ଗୋପାଳଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗ ଦ୍ୱାରରେ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |