ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ

ପ୍ରୟାଗରାଜ,୧୯।୧: ରବିବାର ଅପରାହ୍ନରେ ମହାକୁମ୍ଭମେଳା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭମେଳାର ସେକ୍ଟର ୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ମେଳା ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ମହାକୁମ୍ଭ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୂରରୁ ନିଆଁ ଏବଂ ଧୂଆଁ ଦେଖାଯାଉଥିଲା; ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ।ପ୍ରୟାଗରାଜରେ ଅଘଟଣ । ଶାସ୍ତ୍ରୀ ବ୍ରିଜ୍ ସେକ୍ଟର-19 ଅଞ୍ଚଳରେ ଥିବା କ୍ୟାମ୍ପରେ ଲାଗିଥିଲା ନିଆଁ। ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ଅନୁସାରେ ସିଲିଣ୍ଡର ଫାଟିବା ଯୋଗୁଁ ଘଟିଥିଲା ଅଗ୍ନିକାଣ୍ଡ । NDRF, SDRF ଏବଂ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଅଗ୍ନିକାଣ୍ଡ ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରୟାଗ ମହାକୁମ୍ଭ ମେଲା ଅଞ୍ଚଳରେ ଅଗ୍ନିକାଣ୍ଡ ସମ୍ପର୍କରେ ସିଏମ୍ ଙ୍କ ସହ କଥା ହୋଇଥିଲେ। ଘଟଣାରେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି । ଆଖପାଖର ସମସ୍ତ ଅଞ୍ଚଳ ଖାଲି କରାଯାଇଛି ।45 ଦିନିଆ ମହାକୁମ୍ଭରେ ଅଗ୍ନିକାଣ୍ଡ ପରି ଅଘଟଣ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!