ମହାଶିବରାତ୍ରୀ: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୨: ଆଜି ପବିତ୍ର ମହାଶିବରାତ୍ରୀ। ଓମ୍ ନମଃ ଶିବାୟ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ରାଜ୍ୟର ସବୁ ଶିବାଳୟ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ଏକ୍ସରେ ଶୁଭେଚ୍ଛା ଜଣାଇ ମହାମହିମ ରାଷ୍ଟ୍ରପତି କହିଛନ୍ତି ଦେଶବାସୀଙ୍କୁ ପବିତ୍ର ମହାଶିବରାତ୍ରୀର ଶୁଭେଚ୍ଛା। ସମସ୍ତଙ୍କ ଉପରେ ମହାଦେବଙ୍କ ଆର୍ଶିବାଦ ରହୁ। ଦେଶ ନୀରନ୍ତର ଭାବେ ପ୍ରଗତି ପଥରେ ଆଗକୁ ବଢୁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପବିତ୍ର ଶିବରାତ୍ରୀ ସମସ୍ତଙ୍କ ମନରେ ସୁଖ ସମୃଦ୍ଧି ଆଣନ୍ତୁ। ସମସ୍ତଙ୍କର ଜୀବନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ଵାସ୍ଥ୍ୟ କାମନା କରୁଛି। ଏହି ଦିବ୍ୟ ଅବସର ବିକଶିତ ଭାରତ ସଂକଳ୍ପକୁ ଆଗକୁ ଆହୁରି ମଜବୁତ୍ କରୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!