ହାଇଦ୍ରାବାଦ ,,୨୭ା୩: ଆଇପିଏଲ୍ରେ ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ବେଳେ ସନରାଇଜର୍ସ ପ୍ରଥମ ମ୍ୟାଚରେ ବଡ଼ ବିଜୟ ହାସଲ କରିଥିଲା। ପ୍ୟାଟ୍ କମିନ୍ସଙ୍କ ନେତୃତ୍ବାଧିକ ସନରାଇଜର୍ସ ହାଇଦରାବାଦ୍ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୪ ରନରେ ପରାସ୍ତ କରିଥିଲା। ଈଶାନ କିଷନ ବିସ୍ପୋରକ ଶତକ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ଡେଡ୍, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଏହାଛଡ଼ା ହେନରିକ କ୍ଲାସେନ୍ ଓ ନୀତିଶ ରେଡ୍ଡି ମଧ୍ୟ ରନ କରିଥିଲେ। ହେଡ୍, ଈଶାନ, ଅଭିଷେକ, ନୀତିଶ ଓ କ୍ଲାସେନଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ ବେଶ ଶକ୍ତିଶାଳୀ ରହିଛି। ଯାହା ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପାଇଁ ଚିନ୍ତାର ବିଷୟ ହୋଇଛି। ଦଳର ବୋଲିଂ ଭାର ମହମ୍ମଦ ସାମି, ସିମରଜିତ ସିଂହ, ପ୍ୟାଟ୍ ୍କମିନ୍ସ, ଆଡାମ ଜାମ୍ପା ଓ ହର୍ଷଲ ପଟେଲଙ୍କ ଉପରେ ନିର୍ଭର କରୁଛି। ଉକ୍ତ ୫ ବୋଲର ରାଜସ୍ଥାନ ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କମିନ୍ସ ୪ ଓଭରରେ ୬୦ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ। ଦଳ ଲକ୍ଷ୍ନୌ ବିପକ୍ଷରେ ବୋଲିଂ ତ୍ରୁଟିକୁ ସୁଧାରିବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଋଷଭ ପନ୍ତ୍ଙ୍କ ନେତ୍ଵତ୍ଵାଧୀନ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୧ ୱିକେଟରେ ପରାଜିତ ହୋଇଥିଲା। ବିପକ୍ଷ ମ୍ୟାଚରେ ଦଳ ଭଲ ସ୍ଥିତିରେ ଥାଇ ମଧ୍ୟ ପରାଜିତ ହୋଇଥିଲା। ଦିଲ୍ଲୀ ବିପକ୍ଷ ମ୍ୟାଚରେ ବ୍ୟାଟିଂରେ ମିେଚଲ ମାର୍ଶ, ନିକୋଲାସ ପୁରନ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳିପାରିନଥିଲେ। ଡେଭିଡ୍ ମିଲର ଓ ଆୟୁଷ ବାଦୋନି ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ। ପନ୍ତ୍ ଖାତା ଖୋଲି ପାରିନଥିଲେ। ସନରାଇଜର୍ସ ବିପକ୍ଷରେ ମ୍ୟାଚକୁ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଲକ୍ଷ୍ନୌ ୩ଟି ଓ ସନରାଇଜର୍ସ ହାଇଦ୍ରାବାଦ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |