ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ

 ଭୁବନେଶ୍ୱର,୨୭।୩: ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ଭୁବନେଶ୍ୱର ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି ।ବିରାଟ ପଟୁଆର ସହ ରାଜଧାନୀ ରାଜରାସ୍ତାରା ଆଜି ଗର୍ଜିଛି କଂଗ୍ରେସ । ବ୍ୟାରିକେଡ୍‌ ଭାଙ୍ଗିବା ବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ ଲାଠିଚାର୍ଜ କରିଛି। କଂଗ୍ରେସ କର୍ମୀ ମଧ୍ଯ ପୁଲିସ ଉପରକୁ ଟେକାପଥର, ଟମାଟୋ ମାଡ ଓ ଚେୟାର ଫୋପାଡ଼ିଛନ୍ତି। ପରେ ସ୍ଥିତି ଅସମ୍ଭାଳ ହେବାରୁ ପୁଲିସ ପାଣି ମାଡ଼ କରିଥିଲା। ଗାଁ, ଗଣ୍ଡା ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ଏବଂ ନେତା ରାଜଧାନୀରେ ଏକାଠି ହୋଇ ବିଜେପି ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । କଂଗ୍ରେସର ହଜାର ହଜାର ସମର୍ଥକ ଓ ନେତାମାନେ ପଦଯାତ୍ରା ଆରମ୍ଭ କରି ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଜୋରଦାର ଗର୍ଜିଛନ୍ତି । ନାରୀ ସୁରକ୍ଷାକୁ ନେଇ ରାମ ମନ୍ଦିର ଛକ ଠାରୁ ଲୋୟର ପିଏମଜି ଗାନ୍ଧୀ ମାର୍ଗ ଯାଏଁ, କଂଗ୍ରେସ କର୍ମୀ ଓ ନେତାଙ୍କ ରଣ ହୁଙ୍କାର ଦେଇଛନ୍ତି।ତୁଙ୍ଗ କଂଗ୍ରେସ ନେତାଙ୍କୁ ଗିରଫ    କରିଛି ପୋଲିସ। ପିସିସି ସଭାପତି ଭକ୍ତ ଦାସଙ୍କୁ ଉଠାଇ ନେଇଛି ପୋଲିସ। ସେହିପରି ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ମହମ୍ମଦ ମୋକିମ ଓ ଅନ୍ୟମାନଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ। ଗିରଫଦାରୀକୁ ନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଗିରଫଦାରୀକୁ ଆମର ଭୟ ନାହିଁ ।ଲୋୟର ପିଏମଜିରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-କଂଗ୍ରେସ। ଲୋୟର ପିଏମଜିରେ ଲାଠିଚାର୍ଜ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ କର୍ମୀ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏହି କାରଣରୁ ଏଠାରେ ଉତ୍ତେଜନା ଦେଖାଯାଇଥିଲା। ପୁଲିସ ଉପରକୁ କଂଗ୍ରେସ କର୍ମୀମାନେ ଟେକା ପଥରମାଡ଼ କରିଥିଲେ। ଏଥି ସହିତ ଚୌକି ଓ ବୋତଲ ମଧ୍ୟ ଫିଙ୍ଗି ଥିଲେ। କଂଗ୍ରେସ କର୍ମୀଙ୍କର ଆକ୍ରମଣରେ ୧୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି କିଛି ସାମ୍ବାଦିକ ମଧ୍ୟ ଆକ୍ରମଣ ଯୋଗୁଁ ଆଘାତ ପାଇଛନ୍ତି। ଆହତ ପୁଲିସ କର୍ମୀ ଓ ସାମ୍ବାଦିକଙ୍କୁ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଭେଟିଛନ୍ତି। ଏହାରି ଭିତରେ ବଡ଼ ଖବର ଆସିଛି। ତାରାଙ୍କୁ ଗିରଫ କରିଛି ପୋଲିସ। କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ଉଠାଇନେଇଛି ପୋଲିସ।  କଂଗ୍ରେସ କର୍ମୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ବ୍ୟାରିକେଡ ଭାଙ୍ଗିବା ବେଳେ ଲାଠିଚାର୍ଜ ହୋଇଛି। ଲାଠିଚାର୍ଜବେଳେ ଚେୟାର ଫୋପାଡ଼ିଛନ୍ତି କଂଗ୍ରେସ କର୍ମୀ। ପୋଲିସ ଉପରକୁ ଟେକାପଥର ଓ ଟମାଟୋ ମାଡ଼ କରିଛି କଂଗ୍ରେସ। ପୋଲିସର ଶେଷ B ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ ଚେଷ୍ଟା କରିଛି। ଯାହାଦ୍ୱାରା ବିଧାନସଭା ଘେରାଉ କରିପାରିବ। ଦିନ ତମାମର ଆନ୍ଦୋଳନ ପରେ ଅଣାୟତ୍ତ ସ୍ଥିତିକୁ ଆୟତ୍ତକୁ ଆଣିଲେ ପୋଲିସ କର୍ମଚାରୀ। ଏହାସହ ଆନ୍ଦୋଳନ ସ୍ଥଳରୁ ଯେଉଁସବୁ ନେତା ଓ କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ। ଏବେ ସେମାନଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି।ଆନ୍ଦୋଳନ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ଏଥିରେ ଅନେକ ପୋଲିସ କର୍ମୀ ଆହତ ହୋଇଥିଲେ। କାହାର ମୁଣ୍ଡରେ ଆଘାତ ଲାଗିଥିଲା। ତ ଆଉ କାହାର ଦେହରେ ଗଭୀର କ୍ଷତ ହୋଇଥିଲା।ଆଉ ଥାନାରୁ ଆସି ସିଧା ହସ୍ପିଟାଲରେ ପହଞ୍ଚିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆଉ ଯେଉଁସବୁ ମହିଳା ଓ ପୁରୁଷ କର୍ମୀ ଆନ୍ଦୋଳନରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପାଖକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!