୨% ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୮।୩: ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଶୁକ୍ରବାର ଦିନ ଅର୍ଥାତ୍ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା(ଡିଏ) ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ସହିତ ଏବେ ଡିଏ ୫୩ପ୍ରତିଶତରୁ ୫୫ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ଏହି ବୃଦ୍ଧି ଫଳରେ ଏବେ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ପେନସନଧାରୀଙ୍କ ମହଙ୍ଗା ଆଶ୍ବସ୍ତି (ଡିଆର) ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହୋଇଯିବ । କେନ୍ଦ୍ର କ୍ୟାବିନେଟରେ ସରକାରଙ୍କ ତରଫରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସପ୍ତମ ବେତନ କମିଶନ ଅନୁସାରେ ଏହି ବୃଦ୍ଧି ଘୋଷଣା କରାଯାଇଛି ।ଗତ ବର୍ଷ ଜୁଲାଇରେ ଶେଷଥର ପାଇଁ ଡିଏ ବଢ଼ିଥିଲା । ସେ ସମୟରେ ଡିଏ ୫୦ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତରେ ପହଞ୍ଚିଥିଲା। ଏବେ ୨ ପ୍ରତିଶତ ଡିଏ ବଢ଼ିବା ଫଳରେ କର୍ମଚାରୀଙ୍କ ବେସିକ ସାଲାରୀରେ ୨ ପ୍ରିତିଶତ ଡିଏକୁ ଯୋଡ଼ାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!