ଭୁବନେଶ୍ୱର,୨୯।୩: ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର। IAS ଚାକିରିରୁ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ।ତେବେ ସେ ନିଜ କାମ ପାଇଁ ଯେତିକି ଚର୍ଚ୍ଚାରେ ନଥିଲେ ବରଂ ତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ପାଇଁ ସେତିକି ଚର୍ଚ୍ଚାର ଥିଲେ। ପ୍ରଥମେ ସ୍ୱାମୀ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଉ ଏବେ ସ୍ତ୍ରୀ ବି ଚାକିରି ଛାଡି ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।ସୁଜାତା ଆର କାର୍ତ୍ତିକେୟନ ଭିଆରଏସ ନେଇଥିବା ସୂଚନା ମିଳିଛି। ସୁଜାତାଙ୍କ ଭିଆରଏସକୁ ମଧ୍ୟ କେନ୍ଦ୍ର ମଞ୍ଜୁରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨୦୦୦ ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ଏନେଇ ଆଜି ପ୍ରକାଶ ପାଇପାରେ ବିଜ୍ଞପ୍ତି। ସୁଜାତା ପାଣ୍ଡିଆନ ଏବଂ ଭିକେ ପାଣ୍ଡିଆନ। ଦୁହେଁ ବ୍ୟାଚମେଣ୍ଟ। ଆଉ ସାଙ୍ଗରେ ଚାକିରି ମଧ୍ୟ କରିଥିଲେ। ହେଲେ ରାଜନୀତିରେ ଯୋଗ ଦେବା ପାଇଁ ୨୦୨୪ ମସିହାରେ ଭିକେ ପାଣ୍ଡିଆନ IAS ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଉ ସେତେବେଳେ ସୁଜାତାଙ୍କୁ ମଧ୍ୟ ତତକାଳୀନ ସରକାର ବଡ଼ ଦାୟିତ୍ୱ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |