ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୨୯ା୩:- ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ତୋରେଗାଁ ପଞ୍ଚାୟତ ପରିସରରେ ଡାବୁଗାଁ ଥାନା ପୋଲିସ ତରଫରୁ ଆମ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା, ନାଗରୀକ ସୁରକ୍ଷା ସଂହିତା, ଭାରତୀୟ ଶାଖ୍ୟ ଆଇନ, ସାଇବର ଆର୍ଥିକ ଅପରାଧ, ଟ୍ରାଫିକ ନିୟମ, ମଦ ପିଇ ଗାଡି ନ ଚଳାଇବା, ବାଲ୍ୟ ବିବାହ ଆଇନ, ଜାତିପ୍ରଥା , ସାମାଜିକ ବାସନ୍ଦ ଉପରେ ଥିବା ଆଇନ, ସାମ୍ବିଧାନିକ ଅଧିକାର ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏଥିରେ ସବ ଇନିସ୍ପେକ୍ଟର ଚନ୍ଦନ ସାହୁ, ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା, ତୋରେଗାଁ ପଞ୍ଚାୟତ ସରପଞ୍ଚ ମନୁରାମ ମାଝୀ, ଥାନା ହାବିଲଦାର ଶିବ ଶଙ୍କର ଭଞ୍ଜ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଗ୍ରାମବାସୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଆମ ପୋଲିସ ସମିତି ହେବା ଦ୍ଵାରା ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଦୃଢୀଭୂତ ହେବା ସହିତ ପୋଲିସ କୁ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |