ହାଇଦ୍ରାବାଦରେ କେରାଣ୍ଡି ଗ୍ରାମର ଦୁଇ ନିଖୋଜ ଓଡ଼ିଆ ଦାଦନ ଶ୍ରମିକର ମୃତଦେହ ଉଦ୍ଧାର

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୨୯ା୩:- ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମର ପ୍ରାୟ ୧୧ ଜଣ ଶ୍ରମିକ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦକୁ ୩ ମାସ ତଳେ ଯାଇଥିଲେ। କେରଣ୍ଡି ଗ୍ରାମର ଜଣେ ଦଲାଲ ୧୧ ଜଣ ଶ୍ରମିକଙ୍କୁ ଆନ୍ଧ୍ରର ସଂଗାରେଡି ଜିଲ୍ଲା, କଇର ଥାନା ଅନ୍ତର୍ଗତ ମାରପାଲି ଗ୍ରାମକୁ ଅକସରା ଆନନ୍ଦ ଫାର୍ମ କମ୍ପାନିରେ ପାଇପ୍‌ଲାଇନ୍ କାର୍ଯ୍ୟ କରିବାକୁ ଯାଇଥିଲେ। ୧୧ ଜଣ ଶ୍ରମିକ ମଧ୍ୟରୁ କେରଣ୍ଡି ଗ୍ରାମର ହରି ସିଂ ମାଝୀ ଓ ବୈଦ୍ୟନାଥ ଭତରା ସାଙ୍ଗ ହୋଇ କାର୍ଯ୍ୟ କରୁଥିଲେ।ତେବେ ଚଳିତ ମାର୍ଚ୍ଚ ମାସ ୧୦ ତାରିଖରୁ ହରି ସିଂ ଓ ବୈଦ୍ୟନାଥ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉଭୟଙ୍କ ଫୋନ ସ୍ଵିଚ ଅପ ଦେଖାଇଥିଲା। ଶେଷରେ ମାର୍ଚ୍ଚ ୧୪ ତାରିଖରେ ହରି ସିଂ ଓ ବୈଦ୍ୟନାଥ ହାଇଦ୍ରାବାଦ ଯାଇ ନିଖୋଜ ହୋଇଥିବା ନେଇ ଡାବୁଗାଁ ଥାନାରେ ଉଭୟ ପରିବାର ଲୋକେ ଏତଲା ଦେଇଥିଲେ।ଆଜି ଆନ୍ଧ୍ର ପ୍ରଦେଶର ମାର ପାଲି ଗ୍ରାମର ଅକସରା ଆନନ୍ଦ ଫାର୍ମର କିଛି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଦୁଇଟି ଶବ ଦେଖା ଦେଇଥିଲା। ଖବର ପାଇ ନିକଟ କଇର ଥାନା ପୁଲିସ ଏକ ଜେସିବି ମେସିନ ଦ୍ବାରା ପରିତ୍ୟକ୍ତ କୂଅ ମଧ୍ୟରୁ ଦୁଇଟି ଶବ ଉଦ୍ଧାର କରିଥିଲେ। ଦୁଇଟି ଶବ କେରଣ୍ଡି ଗ୍ରାମ ର ହରି ସିଂ ମାଝୀ ଓ ବୈଦ୍ୟନାଥ ଭତରା ବୋଲି ଚିହ୍ନଟ କରାଯାଇଥିଲା। ଏ ନେଇ ଆଜି କେରଣ୍ଡି ଗ୍ରାମରେ ଉଭୟ ପରିବାର ଲୋକଙ୍କୁ ଆନ୍ଧ୍ର ପ୍ରଦେଶର ମାରପାଲି ଗ୍ରାମରୁ ହରି ସିଂ ଓ ବୈଦ୍ୟନାଥ ମୃତ୍ୟୁ ବରଣ କରିଥିବା ନେଇ ଖବର ଆସିବା ପରେ ଦୁଇଟି ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଜେସିବି ମେସିନ ଦ୍ବାରା ପରିତ୍ୟକ୍ତ କୂଅରୁ ଶବ ଉଦ୍ଧାର ସମୟ ର ଭିଡିଓ ପରିବାର ନିକଟରେ ପହଁଚିବା ପରେ ଦୁଇଟି ପରିବାର ଲୋକେ ଦୁଃଖ ସାଗର ରେ ଭାଙ୍ଗି ପଡିଛନ୍ତି। ତେବେ କେଉଁ କାରଣରୁ କେରଣ୍ଡି ଗ୍ରାମର ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି ତାହା ଜଣା ପଡି ନ ଥିବା ବେଳେ ମୃତ ଦୁଇ ଜଣଙ୍କ ଶବ କେରଣ୍ଡି ଗ୍ରାମ ରେ କିପରି ପହଞ୍ଚିବ ସେ ନେଇ ଦୁଇ ପରିବାର ବର୍ଗ ଚିନ୍ତିତ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!