ଭୁବନେଶ୍ୱର,୨୯ା୩: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ଭୁବନେଶ୍ୱର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସମ୍ପର୍କୀୟଙ୍କ ଘରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ଚଢ଼ାଉ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |