ସୁଭଦ୍ରାରୁ ବାଦ ପଡ଼ିଲେ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା

ଭୁବନେଶ୍ୱର,୨୯।୩:ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍। ଦ୍ବିତୀୟ କିସ୍ତିରୁ ଏତେ ସଂଖ୍ୟକ ହିତାଧିକାରୀ ବାଦ ପଡିଛନ୍ତି। ବିଧାନସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ସୁଭଦ୍ରା ଯୋଜନାରୁ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା ବାଦ ପଡ଼ିଛନ୍ତି ବୋଲି ସୁଭଦ୍ରାର ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଣତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି। ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ|ପ୍ରଭାତି ପରିଡ଼ା କହିଛନ୍ତି ଯେ ସୁଭଦ୍ରାର ଦ୍ୱିତୀୟ କିସ୍ତିରେ ୧ଲକ୍ଷ ୮୩ହଜାର ୭୮୫ ମହିଳା ବାଦ ପଡ଼ିଛନ୍ତି। ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ପାଇଥିଲେ। ଦ୍ୱିତୀୟ କିସ୍ତିରେ ୯୮ଲକ୍ଷ ୮୨ହଜାର ୯୨ଜଣ ଟଙ୍କା ପାଇଛନ୍ତି। ପ୍ରଥମ କିସ୍ତିରେ ସରକାର ୫ହଜାର ୩୨କୋଟି ୯୩ଲକ୍ଷ ଦେଇଛନ୍ତି। ଦ୍ୱିତୀୟ କିସ୍ତିରେ ୪ହଜାର ୯୪୧କୋଟି ୪ଲକ୍ଷ ପ୍ରଦାନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!