ମୋଦୀଙ୍କୁ ଶ୍ରୀଲଙ୍କାର ‘ମିତ୍ର ବିଭୂଷଣ’ ସମ୍ମାନ

କଲମ୍ବୋ,୫।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀଲଙ୍କା ସରକାର ତାଙ୍କୁ ଏକ ଅଭୂତପୂର୍ବ ଓ ଭବ୍ୟ ସ୍ବାଗତ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗାଢ଼ କରିବାରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଐତିହାସିକ ସ୍ବାଧୀନତା ସ୍କୋୟାରରେ ମୋଦିଙ୍କୁ ଏକ ସାମାରିକ ସ୍ବାଗତ ସମାରୋହ କରାଯାଇଛି। ଏହା ଏକ ବିଦେଶୀ ନେତାଙ୍କ ପାଇଁ ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ହୋଇଥିବା ଏକ ବିରଳ ସମ୍ମାନ ବୋଲି କୁହାଯାଉଛି। ମୋଦୀଙ୍କୁ ‘ମିତ୍ର ବିଭୂଷଣ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ। ମୋଦୀଙ୍କୁ ‘ମିତ୍ର ବିଭୂଷଣ’ରେ ସମ୍ମାନିତ କଲେ ଶ୍ରୀଲଙ୍କା ସରକାର। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ପାଇଁ ଅବଦାନକୁ ଦୃଷ୍ଟିରେ ରଖି ସମ୍ମାନିତ। ଏବେ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାରେ ପହଞ୍ଚିବା ପରେ, ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଆଉ ଶ୍ରୀଲଙ୍କାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଉ ଏହି ସମ୍ମାନ କୋଟି କୋଟି ଭାରତୀୟଙ୍କ ସମ୍ମାନ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଶ୍ରୀଲଙ୍କା ମିତ୍ର ବିଭୂଷଣ ପୁରସ୍କାର’ ରେ ସମ୍ମାନିତ କରିଛନ୍ତି। ଶ୍ରୀଲଙ୍କା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖୁଥିବା ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ସମ୍ମାନ ପାଇ ଖୁସି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହା ସମସ୍ତ ଦେଶବାସୀଙ୍କ ପାଇଁ ଏକ ସମ୍ମାନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!