ବାଲିପାଟଣ, ୨୦।୦୪; ରାଜଧାନୀରେ ଫୁଟିଲା ଗୁଳି। ବିଳମ୍ବିତ ରାତିରେ ବାଲିପାଟଣା ଅଞ୍ଚଳରେ ଗୁଳିକାଣ୍ଡ । ଦୁଇ ଜଣ ଯୁବକ ଗୋଟିଏ ବାଇକ୍ରେ ଆସି ଗୁଳିମାଡ଼ କରିଛନ୍ତି। ଏଥିରେ ଦୀପ୍ତିରଞ୍ଜନ ମହାପାତ୍ର ନାମକ ଜଣେ ଯୁବକଙ୍କ ବାମ ହାତରେ ଗୁଳି ବାଜିଛି। ଗୁଳି ବିନିମୟ ପରେ ଦୀପ୍ତିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ବରରେ ଗୁଳି ମାଡ଼ । ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି ।ଦୁର୍ବୃତ୍ତମାନେ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି । ବାଲିପାଟଣାରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି ।ପୂର୍ବ ଶତ୍ରୁତା ପାଇଁ ଗୁଳିମାଡ଼ ହୋଇଛି । ତେବେ ଯୁବକଙ୍କ କାନ୍ଧରେ ଗୁଳି ବାଜିଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |