ଭୁବନେଶ୍ୱର,୨୦।୪: କାଳବୈଶାଖୀ ନେଇ ଏକ ବଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨୪ ଘଣ୍ଟା Heavy rain in Odisha କାଳବୈଶାଖୀ ହେବା ନେଇ ସତର୍କ କରାଇଛି ବିଭାଗ। ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । କେଉଁଠି ତାଣ୍ଡବ ରଚୁଛି ଝଡ଼ବର୍ଷା ତ କେଉଁଠି ଝିପିଝିପି ବର୍ଷୁଛି । ରାଜ୍ୟରେ ୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ରାଜ୍ୟରେ ଆହୁରି ୩ ଦିନ କାଳବୈଶାଖୀ ବର୍ଷା । ୨୫ ତାରିଖ ପରେ ପାଗରେ ହେବ ପରିବର୍ତ୍ତନ । ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନଚାପ ରେଖା ସକ୍ରିୟ ରହିଛି। ଯାହା ପ୍ରଭାବରେ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମୟୁରଭଞ୍ଜ, ବାଲେଶ୍ୱର, କେଉଁଝର,ଗଞ୍ଜାମ, ଗଜପତି , ନବରଙ୍ଗପୁର କୋରାପୁଟ, ରାୟଗଡ଼ା ଓ ମାଲକାନଗିରିର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବର୍ଷା ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |