କୋରାପୁଟ ଜିଲ୍ଲାପାଳଙ୍କୁ PM ସମ୍ମାନ

କୋରାପୁଟ ,୨୧।୪ :କୋରାପୁଟ ଜିଲ୍ଲାପାଳଙ୍କୁ ପିଏମ୍ ସମ୍ମାନ । ଉତ୍କୃଷ୍ଟ ପ୍ରଶାସନିକ ସେବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ପିଏମ୍ ସମ୍ମାନ ଦିଆଯାଇଛି ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଜିଲ୍ଲା କୀର୍ତ୍ତି ଭାସନ । ତେବେ ସଫଳତା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ନାଗରିକଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲାପାଳ ।କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି ଭାସନ ପ୍ରଧାନମନ୍ତ୍ରୀ ଆୱାର୍ଡ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ସୋମବାର ଆୟୋଜିତ ସିଭିଲ ସର୍ଭିସ ଡେ’ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଏହି ଆୱାର୍ଡ଼ ପ୍ରଦାନ କରିଛନ୍ତି।ଗତ ୧୮ମାସ ମଧ୍ୟରେ କୋରାପୁଟ ଜିଲାରେ ୧୧ଟି କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା କରି ହିତାଧିକାରୀଙ୍କ ନିକଟରେ ସୁଫଳ ପହଞ୍ଚାଇ ଥିବାରୁ କୋରାପୁଟ ଜିଲା ଏହି ପୁରସ୍କାର ପାଇବା ପାଇ ଯୋଗ୍ୟ ବିବେଚିତ ହେଇଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ , ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ପିଏମ୍‌ ବିଶ୍ୱକର୍ମା ଯୋଜନା, କିଷାନ କାର୍ଡ , ମିଶନ ଟୀକାକରଣ ,ପିଏମ୍‌ ଜନ ଆରୋଗ୍ୟ ଯୋଜନା, ହର୍‌ ଘର୍‌ ଜଳ୍‌ (ଜଳ ଜୀବନ ମିଶନ), ପିଏମ୍‌ ସହରାଞ୍ଚଳ ଆବାସ ଓ ପିଏମ୍‌ ଗ୍ରାମାଞ୍ଚଳ ଆବାସ ଯୋଜନା ଆଦି କାର୍ଯ୍ୟକାରୀ କରିବା ସହ ସାଧାରଣ ଜନତା ଓ ପ୍ରଶାସନର ସହଭାଗିତାରେ ନିଜ ଦକ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜିଲା ଭାବେ ମନୋନୀତ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମ୍‌ ଆସି ଅନୁଧ୍ୟାନ କରିବା ପରେ ଏହି ପୁରସ୍କାର ପାଇବାକୁ କୋରାପୁଟ ଜିଲା ଯୋଗ୍ୟ ବିବେଚିତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!