ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୨୧।୪ :-ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଚାଲିଛି ଅବୈଧ ଇଟା ନିର୍ମାଣ। ଗ୍ରିନ୍ ଟ୍ରିବୁନାଲ ର ନିର୍ଦ୍ଦେଶନାମା କୁ ଭୃକ୍ଷେପ ନକରି ଡାବୁଗାଁ ଠାରୁ ମାତ୍ର କିଛି କିଲମିଟ ବ୍ୟବଧାନରେ ଡ଼ୁମଣିଗୁଡା, ଉମରାହାଣ୍ଡି,ବାଇଗାଁ ମାଝୀଗୁଡା, ବରିପଦାର, ଡ଼ଙ୍ଗାରୀଗୁଡା ଗ୍ରାମରେ ଚାଲିଛି ମାଳମାଳ ଇଟା ଭାଟି। କ୍ଷୟ ହେଉଛି ଜମି ର ଉର୍ବରତା, ଏହା ସହ ପରିବେଶ ପ୍ରଦୂଷଣ, ଗାଁ ରେ ରହୁଛି ଅସ୍ୱାସ୍ଥ୍ୟକର ପରିବେଶ।ଖାଲି ଏତିକି ନୁହଁ ଇଟା ଭାଟି ରେ ଜାଳେଣି ପାଇଁ ଶତାଧିକ ଗଛ କଟା ଯାଉଛି।ବଳି ପଡ଼ୁଛନ୍ତି ଜଙ୍ଗଲର ବୃକ୍ଷ ଲତା ଏଥିପ୍ରତି ବୋନବିଭାଗ କର୍ମଚାରୀ ମାନେ ମଧ୍ୟ୍ୟ ଧ୍ୟାନ ଦେବା ଆବଶ୍ୟକ ରହିଛି। ତତ ସାଙ୍ଗେ ସାଙ୍ଗେ ଘଟଣାର ସତ୍ୟାସତ୍ୟ କୁ ସ୍ଥାନୀୟ ତହସିଲର ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ରାସ୍ତାର ପାର୍ଶ୍ବରୁ ସ୍ପଷ୍ଟ ଦେଖାଯାଉଥିବା ମାଳ ମାଳ ଇଟାଭାଟି ସ୍ଥାନୀୟ ଆର୍ ଆଇ ଙ୍କ ଦୃଷ୍ଟି ଗୋଚର ହେଉ ନାହିଁ କି? ଯଦି ହେଉଛି ବର୍ଷ ବର୍ଷ ଧରି ଚାଲି ଥିବା ଏହି ବେଆଇନ କାର୍ଯ୍ୟ କେବେ ବନ୍ଦ ହେବ ବୋଲି ଜନ ସାଧାରଣଙ୍କ ପ୍ରଶ୍ନ??? ଖବର ପ୍ରସାରଣ ପରେ ଏଦିଗାରରେ ସ୍ଥାନୀୟ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |