ଭୁବନେଶ୍ୱର.୨୨।୪: ୪୫ ଡିଗ୍ରୀ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହେବ ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରୁଛି ଗୁଳୁଗୁଳି। ପୁଣି ତାତି ଉପର ମୁହାଁ ହୋଇଛି। ତତଲା କଢେଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ୪୪ ଡିଗ୍ରୀ ପାର କଲା ଝାରସୁଗୁଡା ସହର। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪. ୮ ଡିଗ୍ରୀ ରେକର୍ଡ ହୋଇଛି। ସବୁଠାରୁ ତତଲା ସହର ପାଲଟିଛି ଝାରସୁଗୁଡ଼ା। ଅପରାହ୍ନ ସାଢେ ୨ଟାରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ଖରା । ୪୦ ଡିଗ୍ରୀରୁ ଅଧିକ ରହିବ ପାରଦ । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼, ନୂଆପଡ଼ା, କନ୍ଧମାଳ ଆଦି ଜିଲ୍ଲାରେ ୪୦ରୁ ୩୫ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା । ଏଥିପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । ଉପକୂଳ ଓଡ଼ିଶାରେ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟରେ ୪୫ ଡିଗ୍ରୀ ପାର କରିଥିଲା ପାରଦ। ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଦେଶର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |