ନୂଆଦିଲ୍ଲୀ,୨୪।୪: ପହଲଗାମରେ ଆତଙ୍କୀ ହମଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ |ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅନ୍ୟପଟେ ପାକିସ୍ତାନ ବିରୋଧରେ ଭାରତର ନେଇଛି ବଡ ଆକ୍ସନ। ସୁରକ୍ଷା ସମ୍ପର୍କିତ ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି ବଡ ଘୋଷଣା। ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କରିଛି ଭାରତ। ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଆସିଛନ୍ତି ମେ’ ୧ ପୂର୍ବରୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ। ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ବାତିଲ କରିଛି ଭାରତ।ଏଥିସହ ଦୂତାବାସ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ହୋଇଛି। ଏପରିକି ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା ହୋଇଛି। ପାକ୍ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ହେବ। ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ, ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବେ।ସୂଚନା ଅନୁସାରେ, ଏହି ବୈଠକରେ ପହଲଗାମ ଆତଙ୍କୀ ହମଲା ସମ୍ପର୍କରେ ଆଲୋଚନା ହେବ ଏବଂ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକମତ ହେବାର ଲକ୍ଷ୍ୟ ରହିଛି। ସରକାରର ଉଦ୍ଦେଶ୍ୟ ହେଉଛି, ଏହି ଗୁରୁତର ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏକଜୁଟ କରି ଦେଶର ନିରାପତ୍ତା ସମ୍ପର୍କିତ ନିଷ୍ପତ୍ତିରେ ସମାନ ମତ ସୃଷ୍ଟି କରିବା।ପହଲଗାମରେ ଘଟିଥିବା ଏହି ହମଲା ସମ୍ପର୍କରେ ସୁରକ୍ଷା ବାହିନୀଙ୍କୁ ଉଚ୍ଚ ସ୍ତରୀୟ ସତର୍କତା ଜାରି କରାଯାଇଛି। ସେନା ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ରହି ସରକାରଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହା ଦେଶର ନିରାପତ୍ତା ଏବଂ ଆତଙ୍କବାଦ ବିରୋଧୀ ନୀତିକୁ ଆହୁରି ଦୃଢ଼ କରିବାରେ ସହାୟକ ହେବ ବୋଲି ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |