ଭୁବନେଶ୍ୱର,୨୪।୪ଭାରତୀୟ ନୌସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଛି। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ । ପୋଲିସ୍ ୧୨ଟି ବ୍ୟାଙ୍କ ଆକାଉଣ୍ଟ ଓ ବହୁ ମୋବାଇଲ୍ ଫୋନ୍ ସିଜ୍ କରିଛି । ଏମାନଙ୍କ ଠକେଇର ଷ୍ଟାଇଲ୍ ଥିଲା ଅଲଗା ପ୍ରକାରର । ଅଗ୍ନିବୀର ପଦବୀ ପାଇଁ ହେଉଥିବା ନିଯୁକ୍ତି ସହ ଏମାନେ ସଂପୃକ୍ତ ଥିଲେ ।ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭୂଷଣ, ସତ୍ୟମ ଚହର ଓ ବିନୟ କୁମାର ରାୟ। ଖୋର୍ଦ୍ଧା ପୁଲିସ ଏମାନଙ୍କର ଠାରୁ ୪ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ତଦନ୍ତ ପ୍ରକ୍ରିୟା ସରିଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।ଚାକିରି ଆଶାୟୀଙ୍କ ଠାରୁ ଏମାନେ ଏହି ଭଳି ଟଙ୍କା ଆଦାୟ କରୁଥିଲେ । କାହା ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ତ ଗରିବ ପିଲାଙ୍କ ଠାରୁ କମ୍ ଟଙ୍କା ଆଦାୟ କରୁଥିଲେ । ବାସ୍ତବରେ ଏମାନେ ସିଲେକ୍ସନରେ କିଛି ହେରଫେର୍ କରୁନଥିଲେ । କିନ୍ତୁ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ଠାରୁ ନିଯୁକ୍ତି ପୂର୍ବରୁ ଟଙ୍କା ଆଦାୟ କରୁଥିଲେ । କେବଳ ଓଡ଼ିଶାର INS ଚିଲିକା ନୁହେଁ ଆଣ୍ଡାମାନର INS କେଶରୀର ଅଧିକାରୀ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |