ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୪।୪ :-ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି. ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଡ଼ିଓ କନଫରେନ୍ସ ମାଧ୍ୟମ ରେ ନୂତନ ରେସନ କାର୍ଡ ବଣ୍ଟନ କରିବା ସହ ସୂର୍ଯ୍ୟଦୟ ଘର ଯୋଜନା ରେ ହିତାଧିକାରୀ ଙ୍କୁ ଅର୍ଥ ବଣ୍ଟନ କରିଥିଲେ।କ୍ରୀଡା ର ବିକାଶ ପାଇଁ ପ୍ରତେକ ବ୍ଲକ ରେ ଷ୍ଟାଡିୟମ ନିର୍ମାଣ କରାଯିବା ସହ ପଞ୍ଚାୟତ ରାଜ ବିଭାଗ କୁ ସୁତୃଡ଼ କରାଯିବ କହିଥିଲେ।ଏହି ଅବସରେ ଡାବୁଗାଁ ଗୋଷ୍ଠୀ ଉନୟନ ଅଧିକାରୀ ବିଡ଼ିଓ ଶରତ ମାଝୀ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ। ତତ ସଂଗେ ସାଙ୍ଗେ ଉପସ୍ଥିତି ଥେଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଏବିଡ଼ିଓ ପଦ୍ମନବ ତ୍ରିପାଠୀ, ଜିପିଓ ପଦ୍ମନାବ ଭୋଳା ଡାବୁଗାଁ ବିଜେପିର ବରିଷ୍ଟ ନେତା ମାନେ, 12ଗୋଟି ପଞ୍ଚାୟତ ର ମିଶନଶକ୍ତି ଅଧିନସ୍ଥ ସମସ୍ତ ଏମବିକେ, ସିଆରପି, ଜିପଏଲଏଫ ସଭାପତି ସମ୍ପାଦିକା ଏବଂ ବ୍ଲକ ଅଧୀନ ବିଭିନ୍ନ ସ୍ୱୟଙ୍ଗ ସହାୟକ ଗୋଷ୍ଠୀର ମହିଳା ମାନେ ତଥା ସମସ୍ତ ଗ୍ରାମପଞ୍ଚାୟତ ରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ, ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |