ନୂଆଦିଲ୍ଲୀ,୪ା୫: ସିଆରପିଏଫ୍ ଶନିବାର ଏହାର ଜଣେ ଯବାନଙ୍କୁ ବହିଷ୍କାର କରିଛି। ଯବାନ ଜଣଙ୍କ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ବିଦା କରାଯାଇଛି। ଏନେଇ ସିଆରପିଏଫ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମଦ ଜଣେ ପାକିସ୍ତାନୀ ନାଗରିକଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ତତ୍କାଳ ସେବା ନିବୃତ୍ତ କରାଯାଉଛି।ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ଯବାନଙ୍କ ଚାକିରି ଯାଇଛି। ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (CRPF) ଏହାର ଜଣେ ଯବାନ ମୁନିର ଅହମ୍ମଦଙ୍କୁ ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ତାଙ୍କ ବିବାହର ତଥ୍ୟ ଲୁଚାଇବା ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି। ସିଆର୍ପିଏଫ୍ର ୪୧ ବାଟାଲିଅନରେ କାର୍ଯ୍ୟରତ ମୁନିର ଅହମ୍ମଦ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିବା ସତ୍ତ୍ବେ ଏହାର ତଥ୍ୟ ଲୁଚାଇଥିଲେ। ଏଥି ସହିତ ତାଙ୍କ ପତ୍ନୀଙ୍କ ଭିସାର ବୈଧତା ନଥିବା ଜାଣିବା ସତ୍ବେ ମଧ୍ୟ ମୁନିର ଅହମ୍ମଦ ତାଙ୍କୁ ଭାରତରେ ରଖିଥିଲେ। ସର୍ଭିସ ରୁଲ୍ ଉଲ୍ଲଙ୍ଘନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।‘ମୁନିର ଅହମ୍ମଦଙ୍କୁ ଜଣେ ପାକିସ୍ତାନୀ ମହିଳାଙ୍କ ସହ ତାଙ୍କ ବିବାହକୁ ଲୁଚାଇବା ଏବଂ ତାଙ୍କ ଭିସାର ବୈଧତା ବାହାରେ ଜାଣିଶୁଣି ତାଙ୍କୁ ଆଶ୍ରୟ ଦେବା ପାଇଁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଇଛି।’ “ତାଙ୍କର କାର୍ଯ୍ୟ ସର୍ଭିସ ରୁଲ୍ ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଥିଲା,” ସିଆରପିଏଫ ମୁଖପାତ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଏମ୍ ଦିନାକରନ୍ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |