କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ

ଡେରାବିଶ,୪ା୫: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ବାଲିସାହିଠାରେ ଗୁଳିମାଡ଼ ହୋଇଛି।ବାଲିଘାଟ ବିବାଦକୁ ନେଇ ଯୁବକଙ୍କୁ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ ଗୁଳି କଲେ ଦୁର୍ବୃତ୍ତ। ଆଉ ଲୋକଙ୍କ ଆଖି ସାମ୍ନାରେ ଫେରାର ହୋଇଗଲେ।ରବିବାର ଅପରାହ୍ନରେ ୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି।ଏହି ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ କୁଦନଗରୀ ଥାନା ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତର ବିନ୍ଧାଳୋ ଗ୍ରାମର ଗୌତମ ମଲ୍ଲିକ ଓରଫ ବାବୁ। ଗୁରୁତର ବାବୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୨ଟା ସମୟରେ ଗୌତମ କରାଣ୍ଡିଆ ନଦୀବନ୍ଧରେ ଯାଉଥିବାବେଳେ ପଛରୁ ଦୁଇଟି ବାଇକ୍‌ ଯୋଗେ ଆସିଥିବା ଦୁର୍ବୃତ୍ତ ଗୌତମଙ୍କ ଉପରକୁ ହଠାତ୍‌ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଗୌତମଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ସଦର ପୋଲିସକୁ ଖବର ଦେଇଥିଲେ। ଏହି ଗୁଳିମାଡ଼ କାରଣ ଅସ୍ପଷ୍ଟ ଥିବାବେଳେ ବାଲି ବାଲିଘାଟ ଅଥବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଆଲୋଚନା ହେଉଛି। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ସୂଚନା ଯାହା ମିଳିଛି କି, ସନ୍ଦେହ କରାଯାଉଛି ପୂର୍ବ ଶତ୍ରୁତା କିମ୍ୱା ବାଲିଘାଟକୁ ନେଇ ଗୁଳିମାଡ଼ ହୋଇଛି। ହେଲେ ଆକ୍ରମଣର ପ୍ରକୃତ କାରଣ ଜଣାପଡିନାହିଁ। ଆକ୍ରମଣକାରୀଙ୍କର ବି ପ୍ରକୃତ ପରିଚୟ ମାଳିପାରିନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!