ଅପରେଶନ ସିନ୍ଦୂରରେ କେନ୍ଦ୍ରାପଡ଼ା ମାଟିର ପୁଅ

ରାଜନଗର,୭ା୫ : ପାକିସ୍ତାନୀ ଆତଙ୍କବାଦୀଙ୍କ ବର୍ବରୋଚିତ ଗୁଳିକାଣ୍ଡରେ ପେହେଲଗାମରେ ୨୮ଜଣ ଭାରତୀୟ ପର୍ଯ୍ୟଟକ ସହିଦ ହୋଇଛନ୍ତି | ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଉପରେ ଗତକାଲି ବିଳମ୍ବିତ ରୀତିରେ ଭାରତୀୟ ବୀର ଯବାନମାନେ ଆକ୍ରମଣ କରିଛନ୍ତି | ଏହି ଆକ୍ରମଣରେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡାସ୍ଥଳୀ ମାଟିରେ ମିଶିଛି | ପାକିସ୍ତାନ  ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛି | ଏଲଓସିରେ ଗୁଳି ବିନିମୟ ଜାରି ରହିଛି | ଭାରତର ଆକ୍ରମଣରେ ସାରା ଭାରତରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ରାଜନଗର ବ୍ଲକ ଡାଙ୍ଗମାଳରେ ଖୁସି ଟିକେ ଅଧିକ ରହିଛି | ଡାଙ୍ଗମାଳର ଦୁଇ ବୀର ଯବାନ ଜାମୁ କଶ୍ମୀରରେ ନିୟୋଜିତ ରହିବା ସହ ଯୁଦ୍ଧରେ ନିୟୋଜିତ ଥିବାରୁ ଗାଁରେ ଓ ପରିବାରରେ ଖୁସିର ଲହରୀ ଖେଳିଯାଇଛି |ପାକିସ୍ତାନ ଉପରେ ବଦଲା ନେଇଛି ଭାରତ। ମଙ୍ଗଳବାର ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ। ଆଉ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଶା ମାଟିର ପୁଅ ତଥା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦୀ। ପହଲଗାମ ଆକ୍ରମଣ ସମୟରେ ମଧ୍ୟ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ଦୁଇବର୍ଷ ହେବ ସେ ବିଏସ୍‌ଏଫ୍‌ରେ ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଅଛନ୍ତି।ଡାଙ୍ଗମାଳ ଗାଁର ସଦାଶିବ ବେଦୀ ଓ ଶ୍ୟାମାମଣି ବେଦୀଙ୍କ ବୀର ପୁତ୍ର ଶଶିକାନ୍ତ ବେଦୀ  (୨୪ ବର୍ଷ ) | ଶଶିକାନ୍ତ ଦୁଇ ବର୍ଷ ହେଲା ସେନାବାହିନୀରେ ବିଏସଏଫ ଯବାନ ଭାବେ ଭରତ ମାଆର ସେବା କରୁଛନ୍ତି | ପହେଲଗାମ ଆକ୍ରମଣ ପରେ ସେଠାରେ ସର୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ | କାଶ୍ମୀରୀର ବାରବୁଲାର ପେହେଲଗାମରେ ସେ ନିୟୋଜିତ ଅଛନ୍ତି | ଗତକାଲି ରାତି ପ୍ରାୟ ୮ ଘଟିକା ସମୟରେ ତାଙ୍କ ବାପାଙ୍କ ସହ କଥାହେବା ସହ ବ୍ୟସ୍ତ ଥିବା କହିଥିବା ତାଙ୍କ ବାପା ସଦାଶିବ ବେଦୀ କହିଛନ୍ତି |ପୁଅ ଦେଶ ପାଇଁ ସେବା କରୁଥିବାରୁ ଘଡ଼ିସନ୍ଧି ମୁହୂର୍ତ୍ତରେ ସୀମାରେ ନିୟୋଜିତ ଥିବାରୁ ସଦାଶିବ ବୀର ଯବାନଙ୍କ ବାପା ଭାବରେ ନିଜକୁ ଗର୍ବ ଅନୁଭବ ହେଉଥିବା କହିଛନ୍ତି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!