ଭୁବନେଶ୍ୱର,୧୫।୭: ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକେ ଇ-କେୱାଇସି କରିନାହାନ୍ତି। ଏନେଇ ସୂଚନା ଜାରି କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଯଦି ୩ ମାସ ମଧ୍ୟରେ ଏହି ଲୋକେ ଇ-କେୱାଇସି କରିନାହାନ୍ତି, ସେମାନଙ୍କର କାର୍ଡ କଟାଯିବ।ସେ ଆହୁରି କହିଛନ୍ତି ଯେ, ଇ-କେୱାଇସି କରିନଥିବା ଲୋକଙ୍କର ଚାଉଳ ବନ୍ଦ କରାଯାଇଛି। ଯଦି ଚାଉଳ ଯାଉନି ସେମାନେ ଇ-କେୱାଇସି ସରକାର ଚାଉଳ ଦେବେ।ଇ-କେୱାଇସି କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବେ ସରକାର। କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ। ୩ ମାସରେ ଇ-କେୱାଇସି ନକଲେ କାର୍ଡ ଗୁଡ଼ିକ କାଟିଦେବେ ସରକାର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |