ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା, ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ

ନୂଆଦିଲ୍ଲୀ,୧୫।୭: ମହାକାଶରେ ୨୦ ଦିନ ଓ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ୧୮ ଦିନ ରହଣି ପରେ ପୃଥିବୀକୁ ଫେରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । କାଲିଫର୍ଣ୍ଣିଆର ଉପକୂଳରେ ଡ୍ରାଗନ୍ ସ୍ପେସ୍ କ୍ୟାପସୁଲ ସଫଳ ଅବତରଣ କରିଛି । ଶୁଭାଂଶୁ ଶୁକ୍ଲାଙ୍କ ଯାନ (ଗ୍ରେସ୍) ସୋମବାର ସଂଧ୍ୟା ପ୍ରାୟ ୪.୪୫ ମିନିଟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡ଼ିଥିଲା । ଭାରତର ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏଏସ)କୁ ଯାଇଥିବା ଶୁଭାଂଶୁ ଶୁକ୍ଳା ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆଜି ଅପରାହ୍ନ ୩:୦୦ ଟା(ଭାରତୀୟ ସମୟ)ରେ ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ କରିଛନ୍ତି।ପୃଥିବୀକୁ ଫେରିବାକୁ ତାଙ୍କୁ ପ୍ରାୟ ୨୨ ଘଣ୍ଟା ସମୟ ଲାଗିଥିଲା । ଶୁଭାଂଶୁ ଓ କ୍ରୁର ଅନ୍ୟ ସଦସ୍ୟଙ୍କ ସଫଳ ଅବତରଣ ପରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ପୃଥିବୀକୁ ସଫଳ ପ୍ରତ୍ୟାବର୍ତ୍ତନ ପରେ ଶୁଭାଂଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ମହାକାଶଯାତ୍ରାକୁ ସେ ଐତିହାସିକ ବୋଲି କହିଛନ୍ତି ।୧୪୦ କୋଟି ଭାରତୀୟଙ୍କ ଗର୍ବିତ କରିଥିବା ଶୁଭାଂଶୁ ଶୁକ୍ଲା ନିଜ ମିଶନକୁ ସଫଳତା ସହ ଶେଷ କରି ନିଜ ସାଥୀଙ୍କ ସହ ପୃଥିବୀକୁ ଫେରିଛନ୍ତି । ଶୁଭାଂଶୁ ଶୁକ୍ଲା ନିଜ ମିଶନରେ ମହାକାଶରେ ୧୮ ଦିନ ବିତାଇଥିଲେ । ଏହି ସମୟରେ ସେ ଅନେକ ଗବେଷଣା ମଧ୍ୟ କରିଥିଲେ । ଶୁଭାଂଶୁ ଶୁକ୍ଳା ତାଙ୍କର ଚାରି ଜଣ ମହାକାଶଚାରୀଙ୍କ ସହିତ ଜୁନ ୨୫ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ରକେଟ୍ ଯୋଗେ ISS ଅଭିମୁଖେ ଯାତ୍ରା କରିଥିଲେ । ପୃଥିବୀରୁ ୨୮ ଘଣ୍ଟାର ଯାତ୍ରା ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲେ । ଏହଆ ନାସା ଓ ସ୍ପେସ୍ ଏକ୍ସର ମିଳିତ ମିଶନ ଥିଲା । ଏଥିରେ ଚାରି ଦେଶର ଚାରି ଜଣ ମହାକାଶଚାରୀଙ୍କୁ ସାମିଲ କରାଯାଇଥିଲା । ଆମେରିକା, ପୋଲାଣ୍ଡ, ହଙ୍ଗେରୀରେ ମହାକାଶଯାତ୍ରୀ ଏଥିରେ ସାମିଲ ଥିଲେ ।ଶୁଭାଂଶୁଙ୍କ ସହ ତାଙ୍କ ଅନ୍ୟ ତିନି ସହଯାତ୍ରୀ ଜୁଲାଇ ୧୪ ସଂଧ୍ୟା ୪.୪୫ ମିନିଟରେ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଜୁଲାଇ ୧୫ ପ୍ରାୟ ୩.୩୦ ମିନିଟରେ ଶୁଭାଂଶୁଙ୍କ ଯାନ କାଲିଫର୍ଣ୍ଣିଆର ସମୁଦ୍ରରେ ସ୍ପ୍ଲେସଡାଉନ୍ ହୋଇଛି । ଏହାପରେ ସବୁ ମହାକାଶଯାତ୍ରୀଙ୍କୁ ସମୁଦ୍ରରୁ ବାହାର କରାଯାଇଛି । ଐତିହାସିକ ମହାକାଶ ମିସନରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଥମ ମହାକାଶଚାରୀ ରୂପେ ଆଇଏସଏସକୁ ଯାତ୍ରା କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳାଙ୍କ ସଫଳତା ଦେଶର ମହାକାଶ ଅନ୍ୱେଷଣ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!