ଭୁବନେଶ୍ୱର,୧୫।୭: ସୌମ୍ୟାଶ୍ରୀ ମୃତ୍ୟୁ ମାମଲା । UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ହେଲା ଗଠନ । UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏବେ ତଥ୍ୟ ଖୋଜିବ । ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।କମିଟିରେ ସୁଷମା ଯାଦବ, ନିରଜ ଗୁପ୍ତା ଓ ଅସୀମା ମଙ୍ଗଳା ସାମିଲ ଅଛନ୍ତି । ଏହି ଆତ୍ମାହୁତି ଘଟଣାରେ ତଦନ୍ତ କରିବେ 4 ଜଣିଆ ଟିମ । ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି । କେଉଁ ପରିସ୍ଥିତିରେ ଏଭଳି ଘଟିଲା ତଦନ୍ତ ହେବ । 7 ଦିନ ଭିତରେ ଟିମ୍ ରିପୋର୍ଟ ଦାଖଲ କରିବ । ଏନେଇ ନିର୍ଦ୍ଦେଶ ଦିଆ ଯାଇଛି ।ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୋମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ, ଭାଜପା ସରକାରଙ୍କୁ ଘେରୁଛନ୍ତି। ଘଟଣାକୁ ନେଇ UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟିରେ ସୁଷମା ଯାଦବ, ନୀର୍ଜା ଗୁପ୍ତା ଓ ଅସୀମା ମଙ୍ଗଳା ରହିଛନ୍ତି। ଏହି ଆତ୍ମାହୁତି ଘଟଣାରେ ତଦନ୍ତ କରିବ ୪ ଜଣିଆ କମିଟି। ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି। ୭ ଦିନ ଭିତରେ ୟୁଜିସି ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସୋମବାର ରାଜ୍ୟ ସରକାର ଏକ ବଡ଼ ପପକ୍ଷେପ ନେଇଛନ୍ତି। ସବୁ କଲେଜରେ ତୁରନ୍ତ ଇଣ୍ଟରନାଲ କମିଟି ଗଢ଼ିବାକୁ ଚିଠି ଲେଖାଯାଇଛି। ୨୪ ଘଣ୍ଟା ମଧ୍ୟରେ ଇଣ୍ଟରନାଲ କମିଟି ନେଇ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସବୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି ପଠାଯାଇଛି। କମିଟି ସଦସ୍ୟଙ୍କ ନାଁ ଓ କଣ୍ଟାକ୍ଟ ନମ୍ବର ସ୍ପଷ୍ଟ ଚିହ୍ନିତ ସ୍ଥାନରେ ଡିସ୍ପ୍ଲେ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ବାବଦରେ ବିସ୍ତୃତ ତଥ୍ୟ HIMS ପୋର୍ଟାଲରେ ଅପ୍ଲୋଡ ହେବ। ଯୌନ ନିର୍ଯାତନା ବାବଦରେ ସଚେତନ ପାଇଁ ତୁରନ୍ତ ୱାର୍କସପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |