ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ମହିଳା ଟ୍ରାନ୍ସଜେଣ୍ଡେରଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ଜମିପଟା ପ୍ରଦାନ

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୫।୭- ନବରଙ୍ଗପୁର ଜିଲ୍ଲାରେ ଓଡିଶା ସରକାର ଙ୍କ ଦ୍ୱାର ଜମି ପଟା ପାଇଥିବା ପ୍ରଥମ ମହିଳା ଟ୍ରାନ୍ସଜେଣ୍ଡେର ମଙ୍ଗଳଡେଇ ନାୟକ |ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ମହିଳା ଟ୍ରାନ୍ସଜେଣ୍ଡେର ଚଚରାଗୁଡା ଗ୍ରାମର ମଙ୍ଗଳଦେଇ ନାୟକଙ୍କୁ ଡାବୁଗାଁ ତହସିଲରେ ଓଡିଶା ସରକାର ଙ୍କ ଦ୍ୱାରା ଚାଚରାଗୁଡା ମୌଜାର ଖାତା ନମ୍ବର ୧୬୧/୯୮, ପ୍ଲଟ ନମ୍ବର୨୫୭/୮୪୫ରେ ଘର ଓ ବାରି ୪ସେଣ୍ଟ ର ଜମି ପଟା ପ୍ରଦାନ କରାଯାଇଛି। ସୂଚନା ପ୍ରକାରରେ ନବରଙ୍ଗପୁର ଜିଲ୍ଲାରେ ଏହା ପୂର୍ବରୁ କଣସି ଟ୍ରାନ୍ସଜେଣ୍ଡେରକୁ ଓଡିଶା ସରକାର ଙ୍କ ଦ୍ୱାର ଜମି ପଟା ପ୍ରଦାନ କରା ଯାଇ ନାହିଁ।ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ତହସିଲରେ ପ୍ରଥମ ଥର ଟ୍ରାନ୍ସଜେଣ୍ଡେରକୁ ଜମି ପଟା ପ୍ରଦାନ କରାଯାଇଛି। ଏହି ଜମିପଟା ଡାବୁଗାଁ ଭାରପ୍ରାପ୍ତ ତହସିଲ ଅଧିକାରୀ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କ କର କାମଳରେ ପ୍ରଦାନ କରା ଯାଇଥିଲା। ଏହି ସମୟରେ ଉପସ୍ଥିତି ଥିଲେ ତହସିଲ ରେଭେନୁ ସୁପ୍ରଭାଇଜର ଗଣେଶ ନାୟକ, ଡାବୁଗାଁ ପୂର୍ବତନ ତଥା ବର୍ତ୍ତମାନର ଜୁନାପାଣି ଆର ଆଇ ଚୈତନୟ ବେହେରା ଏବଂ ଡାବୁଗାଁର ନୂତନ ଆର ଆଇ ସୁଜିତ କୁମାର କାହାଳିଆ ସହ ବ୍ଲକ ଏବଂ ତହସିଲର କର୍ମଚାରୀ ମାନେ ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!