ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର,୨୫ା୮: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ସଂପ୍ରସାରଣ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ।  ବିକଶିତ ହେବ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର, ବଢ଼ିବ ଭିତ୍ତିଭୂମି । ଓଡ଼ିଶା ଗସ୍ତ ଅବସରରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରର କଳେବର ବୃଦ୍ଧି ହେବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖୁବଶୀଘ୍ର ନିର୍ମାଣ ହେବ ଟର୍ମିନାଲ-୩ ।ବର୍ତ୍ତମାନ ଟର୍ମିନାଲ-୩ର ନିର୍ମାଣ ପ୍ଲାନିଂ ଷ୍ଟେଜରେ ରହିଛି । ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ସହ ବିମାନ ଚଳାଚଳ ବଢ଼ୁଛି । ସେଥିପାଇଁ ଟର୍ମିନାଲ-୩ର ନିର୍ମାଣ କରାଯିବ । ଏଥିସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ପୁରୁଣା ଟର୍ମିମିନାଲରେ ନୂଆ ବିଲ୍ଡିଂ ନିର୍ମାଣ ପାଇଁ ଯୋଜନା କରାଯାଉଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।ଭୁବନେଶ୍ଵର ବିମାନବନ୍ଦରରେ ରହିବ ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟର ଛାପ । କେହି ବି ଓଡ଼ିଶା ଆସିଲେ ଏ ସବୁ ଦେଖି ଜାଣିପାରିବେ ସେମାନେ ଏବେ ଓଡ଼ିଶାରେ ଅଛନ୍ତି । ଏଥିସହ ରାଜ୍ୟରେ ଥିବା ୨୦ଟି ଏୟାର ଷ୍ଟ୍ରିପକୁ ବିକଶିତ କରାଯିବାକୁ ଯୋଜନା କରାଯାଇଛି । ନିକଟ ଭବିଷ୍ୟତରେ ସେଥିରୁ କିଛି ଏୟାର ଷ୍ଟ୍ରିପ୍‌କୁ ରାଜ୍ୟ ସରକାରଙ୍କ ସହଯୋଗରେ ବିମାନବନ୍ଦରରେ ରୂପାନ୍ତରଣ କରାଯିବ ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!