ଭୁବନେଶ୍ୱର,,୨୫।୮: ପ୍ରକାଶ ପାଇଛି ଜାତୀୟ ଶିକ୍ଷକ ସମ୍ମାନ ୨୦୨୫ର ତାଲିକା । ଏହି ତାଲିକାରେ ଅଛନ୍ତି ୨ଜଣ ଓଡ଼ିଆ ଶିକ୍ଷକ । ଅର୍ଥାତ ଜାତୀୟ ଶିକ୍ଷକ ସମ୍ମାନ ପାଇବେ ୨ ଜଣ ଓଡ଼ିଆ ଶିକ୍ଷକ ।ମାଲକାନଗିରି କଣ୍ଡେଲ ବିଦ୍ୟାଳୟର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେଭି ସ୍କୁଲର ଶିକ୍ଷକ ତରୁଣ ଦାସଙ୍କୁ ତାଲିକାରେ ମନୋନୀତ କରାଯାଇଛି ।ଗୁରୁ ଦିବସରେ ଏହି ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହ ଅନ୍ୟ ରାଜ୍ୟର ଶିକ୍ଷକମାନଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |