ଆଦିବାସୀ ଝିଅମାନଙ୍କୁ ମିଳିବ ପାଇଲଟ ହେବା ପାଇଁନ ଟ୍ରେନିଂ

ଭୁବନେଶ୍ୱର,୨୫।୮: ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ । କ୍ୟାଡେଟ ପାଇଲଟ ପ୍ରୋଗ୍ରାମ୍‌ରେ ଏହି ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ। ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହା ଘୋଷଣା କରିଛନ୍ତି। B-MAAN ଅଧୀନରେ, କ୍ୟାଡେଟ ପାଇଲଟ ପ୍ରୋଗ୍ରାମ ଆରମ୍ଭ ହେବ।ଯଉଁଥିରେ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ଟ୍ରେନିଂ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ନେଇ ଢେଙ୍କାନାଳ ବିରାଶୋଳରେ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ହେବ ।ଭୁବନେଶ୍ୱର ବିମାନବନ୍ଦରରେ ଆଧୁନିକ MRO ସୁବିଧା ହେବ। ୧୪ ମାସରେ ଓଡ଼ିଶାର ବିମାନବନ୍ଦର ୧୫ଟି ନୂଆ ସ୍ଥନ ସହ ଯୋଡ଼ି ହୋଇଛି।ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ ଏମ୍‌ଆରଓ ସେବାଦାତା ଏୟାର ୱାର୍କସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ଅନୁଯାୟୀ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମ୍‌ଆରଓ ସୁବିଧା ସ୍ଥାପିତ ହେବ। ଏଥିସହିତ, ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର  ଏୟାର ୱାର୍କସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି।ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ। ଏଥିସହିତ ଝାରସୁଗୁଡା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି। ନୂଆ ସରକାର ଗଠନର ବିଗତ ୧୪ ମାସ ମଧ୍ୟରେ, ଓଡିଶାର ବିମାନବନ୍ଦର ଗୁଡ଼ିକ, ୧୫ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି। ଆମର ଏହି ନୀତି, ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ବିମାନ ପରିବହନ ନେଟୱର୍କ ସହିତ ଯୋଡ଼ିବାରେ ସଫଳ ହୋଇଛି। ଆମେ ଏହି କ୍ଷେତ୍ରରେ, ଓଡିଶାକୁ ଆଗକୁ ନେବା ପାଇଁ ଭୂମିକା ସୃଷ୍ଟି ଓ କୌଶଳ ବିକାଶ ଉପରେ ମଧ୍ୟ ଜୋର ଦେଉଛୁ ଏବଂ ଢେଙ୍କାନାଳ ଜିଲ୍ଲାର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!