ଭାରତ-ପାକ ମୁକାବିଲା,ମାତ୍ର ୬ ବଲରେ ପାକିସ୍ତାନର ୨ ଜଣ OUT

ଦୁବାଇ,୧୪।୯: ଏସିଆ କପ୍‌ ୨୦୨୫ର ଗ୍ରୁପ୍‌ ଏ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୁର୍ଯ୍ୟକୁମାର ଯାଦବ ରବିବାର, ସେପ୍ଟେମ୍ବର ୧୪ରେ ଦୁବାଇରେ ପାକିସ୍ତାନ ଅଧିନାୟକ ସଲମାନ୍‌ ଆଲୀ ଆଘାଙ୍କ ସହ ପାରମ୍ପରିକ ହାଣ୍ଡସେକ୍‌ କରିନଥିଲେ।ଏସିଆ କପ୍‌ ଟି-୨୦ ଚମ୍ପିଆନଶିପ ଟୁର୍ଣ୍ଣାମେଣ୍ଟର ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେଉଛି। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚକୁ ଭାରତରେ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶେଷକରି ଭାରତୀୟ ଦଳ ପାକିସ୍ତାନ ସହିତ ମ୍ୟାଚ ଖେଳୁଥିବାରୁ ଦେଶବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ପହଲଗାଓଁ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ମ୍ୟାଚ। ତେଣୁ ଏହାକୁ ବିଭିନ୍ନ ମହଲରେ ବୟକଟ୍‌ କରାଯାଇଛି।ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ । ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ଓ୍ବିକେଟ ହରାଇଥିଲା । ତେବେ ସାହିବଜାଦା ଫରହାନ ଓ ଫକର ଜମାନ ବ୍ୟାଟିଂ କରୁଛନ୍ତି ଓ ସର୍ବଶେଷ ସୂଚନା ଅନୁସାରେ ପାକିସ୍ତାନ ୪ ଓଭରରେ ୨ଟି ଓ୍ବିକେଟ ହରାଇ ୨୬ ରନ କରିଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!