ଭୁବନେଶ୍ୱର,୧୫।୯: ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଶୁଭାରମ୍ଭ କରିଛନ୍ତି। ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବାଦ ପଡିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରିପାରିବେ । ଏହା ସହ ଆଉ ଥରେ ସାମିଲ ପାଇଁ ମଧ୍ୟ ଆବେଦନ କରିପାରିବେ ।ତେବେ ଏହି ଯୋଜନାରେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାକୁ ପୂରିବ ବର୍ଷେ । ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ । ପ୍ରତିଟି ଅଙ୍ଗନବାଡି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଚାଲିବ ।ସୁଭଦ୍ରା ଅଭିଯୋଗ ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ । ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ । ସୁଭଦ୍ରା ଯୋଜନା ନେଇ ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ । ଲୋକଙ୍କ ଅଭିଯୋଗଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି ନେବ ହିତାଧିକାରୀଙ୍କୁ ନେଇ ନିଷ୍ପତ୍ତି ନେବ । ଏହାର ଷ୍ଟାଟସ୍ ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |