ଆସନ୍ତା 19ରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା

ପୁରୀ,୧୫ା୯: ଆସନ୍ତା 19ରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା । ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ ଶ୍ରଦ୍ଧାଳୁ । https/edistrict.odisha.gov.in କୁ ଯାଇ ଶ୍ରଦ୍ଧାଳୁମାନେ ନାମ ପଞ୍ଜୀକରଣ କରିପାରିବେ । ଚଳିତ ବର୍ଷ ପ୍ରାୟ ଅଢେଇ ହଜାର ହବିଷିଆଳିଙ୍କ ପାଇଁ ବ୍ୟବସ୍ଥା ରହିଛି। ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ 3ଟି କୋଠାରେ ରହିବେ ହବିଷ୍ୟାଳୀ ।ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ  ବିଜ୍ଞପ୍ତି ଜାରି ହୋଇଛି । ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ । ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବ । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲାପାଳ ।https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା ମାନେ ହିଁ ହାବିଷ୍ୟାଳୀ ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର। ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!