ବଣାଇ,୧୫ା୯: ଝାଡ଼ଖଣ୍ଡରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନ୍କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଝାଡ଼ଖଣ୍ଡ ପାଲାମୁ ଜିଲା ମାନାଟୁ ଥାନା ଅଞ୍ଚଳର ବାନ୍ସି ଗାଁ ଜଙ୍ଗଲରେ ମାଓବାଦୀ ସଂଗଠନର ଶତ୍ରୁପକ୍ଷ ବିବେଚିତ ନକ୍ସଲ ସଂଗଠନ ଟି.ଏସ୍.ପି.ସି (ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି) ନକ୍ସଲ ଥିବା ନେଇ ଗୋଇନ୍ଦା ସୂତ୍ର ସୂଚନା କ୍ରମେ ଚଢାଉ କରାଯାଇଥିଲା।ଓଡିଶା ସୀମାରେ ମାଓ ଅପରେଶନ। ଝାଡ଼ଖଣ୍ଡରେ ବଡ଼ ନକ୍ସଲ ବିରୋଧୀ ଅପରେସନ୍। ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅପରେସନରେ ପୁଣି ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମୁଖଦେବ ଯାଦବ ନିହତ । ମୃତ ନକ୍ସଲ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । ପାଲାମୁ ଜିଲ୍ଲା ମାନାଟୁ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । କୋବ୍ରା ବାଟାଲିୟନ୍, ଝାଡ଼ଖଣ୍ଡ ଜାଗୁଆର ଏବଂ ପାଲାମୁ ପୋଲିସର ମିଳିତ ଅପରେସନ୍ ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ ।ମିଳିତ ଅପରେଶନରେ ୩ କୁଖ୍ୟାତ ନକ୍ସଲ ନେତା ସଫା ହୋଇଥିବା ଜଣାପଡିଛି । ଝାଡ଼ଖଣ୍ଡର ହଜାରିବାଗର ଗୋରହର ଥାନା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ କୁଖ୍ୟାତ ମାଓନେତା ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସହଦେବ ସୋରେନର ମୁଣ୍ଡ ପାଇଁ ଥିଲା କୋଟିଏ ଟଙ୍କା ପୁରସ୍କାର। ସେହିଭଳି ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଓ ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |