୧୫ ମାସରେ ୧ ଲକ୍ଷ ୭ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୯: ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ସୋମବାର ଅନୁଷ୍ଠିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ସୂଚନା ଦେଇଛନ୍ତି। ୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ମୁଖମନ୍ତ୍ରୀ କହିଛନ୍ତି। ସରକାରୀ ପଦବୀରେ ୩୦ ହଜାର ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଅଯାଇଥିବା ବେଳେ ଘରୋଇ କ୍ଷେତ୍ରରେ ୭୭ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।ଆଜି ୧୨ ଜିଲ୍ଲାରେ ୨୭ଟି ନୂଆ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ବାରା ରାଜ୍ୟକୁ ଆସିବ ୨୫ ହଜାର ୩୮୦ କୋଟି ଟଙ୍କାର ପୁଞ୍ଜିନିବେଶ। ସୃଷ୍ଟି ହେବ ୫୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ଶିଳ୍ପ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ, ଝାରସୁଗୁଡ଼ା ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, କଟକ, ପୁରୀ, ସମ୍ବଲପୁର, ଯାଜପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରକଳ୍ପ । ଯେଉଁଥିରେ କେମିକାଲ, ଟେକ୍ସଟାଇଲ, ପ୍ଲାଷ୍ଟିକ, ସିମେଣ୍ଟ, ଫୁଡ୍ ପ୍ରୋସେସିଂ, ଫାର୍ମା ଭଳି କମ୍ପାନୀ ଅଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ର କହିଥିଲେ, ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟରେ ୩ ଜିଲାକୁ ଛାଡ଼ି ୨୭ ଜିଲାରେ ଶିଳ୍ପ ହୋଇଛି। ସରକାର ସୋମବାର ୧୬ଟି ସେକ୍ଟରରେ ବିଭିନ୍ନ ଶିଳ୍ପର ଶିଳାନ୍ୟାସ କରିଛନ୍ତି।ସରକାର ଟାର୍ଗେଟ ପୂରଣରେ ନିକଟତର ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ପୂରଣ କରିବାକୁ ଲାଗିଛୁ। ମାତ୍ର ୧୬୫ ଦିନରେ ୮୪ ପ୍ରକଳ୍ପର ଗ୍ରାଉଣ୍ଡିଙ୍ଗ କରି ସାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ସରକାର ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!