ଭୁବନେଶ୍ୱର,୧୯/୯:ବିଧାସଭାର ମୌସୁମୀ ଅଧିବେସନର ଆଜି ଦ୍ୱିତୀୟ ଦିନ। ଆରମ୍ଭରୁ ପ୍ରଶ୍ନ କାଳରେ ହୋହଲ୍ଲା। ସାର ପ୍ରସଙ୍ଗ ନେଇ ପ୍ରତିବାଦ କଲା ବିଜେଡି। ମାତ୍ର ୪ ମିନିଟ୍ ଚାଲିଲା ଗୃହ।ସାର ଅଭାବ ପ୍ରସଙ୍ଗ ନେଇ ଗୃହରେ ନାରାବାଜି କରିଛି ବିଜେଡି। ବାଚସ୍ପତିଙ୍କ ପୋଡ଼ିୟମ ପାଖରେ ହାତରେ ଫ୍ଲାକାଡ ଧରି ନାରାବାଜି କରିଛି ବିଜେଡି।ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ ରାଜ୍ୟରେ ଚାଷ ଉପଯୋଗୀ ସମୟରେ ଚାଷୀମାନେ ସାର ପାଉନାହାଁନ୍ତି । ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଥିବାରୁ ବିଜେଡି ଏହି ପ୍ରସଙ୍ଗ ବିଧାନସଭାରେ ଆଜି ଉଠାଇଛି । ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ବିଜେଡି ଦାବି କରିଛି । ଆଜି ପ୍ରଶ୍ନକାଳ ମାତ୍ର ୪ମିନିଟ ଚାଲିବା ପରେ ପ୍ରବଳ ହୋହାଲ୍ଲା ଯୋଗୁ ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |