ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୯।୯:ତେଲେଙ୍ଗାନାର ମହବୁବନଗର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ତାଙ୍କ ରୁମମେଟଙ୍କ ସହ ହୋଇଥିବା ଝଗଡ଼ା ପରେ ଆମେରିକା ପୁଲିସ୍‌ ଗୁଳି କରି ହତ୍ୟା କରିଛି ବୋଲି ତାଙ୍କ ପରିବାର ଲୋକ ଗୁରୁବାର ଅଭିଯୋଗ ଆଣିଛନ୍ତି।ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସେପ୍ଟେମ୍ବର ୩ତାରିଖରେ ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ କହିଛି ଯେ ମହମ୍ମଦ ନିଜାମୁଦ୍ଦିନ ତାଙ୍କ ରୁମମେଟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପୁଲିସ ତାଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗୁଳି କରିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ମୃତକ ୨୯ବର୍ଷୀୟ ମହମ୍ମଦ ନିଜାମୁଦ୍ଦିନଙ୍କ ଘର ତେଲେଙ୍ଗାନାର ମହବୁବନଗର ଜିଲାର ବାସିନ୍ଦା । ତାଙ୍କ ବାପା ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି ଉତ୍ତର ଏବଂ ନ୍ୟାୟ ଦାବି କରିଛନ୍ତି । ସେ ତାଙ୍କ ପୁଅର ମୃତଦେହକୁ ଭାରତ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ନିଜାମୁଦ୍ଦିନ ମାଷ୍ଟର ଡିଗ୍ରୀ ପାଇଁ ଆମେରିକା ଯାଇଥିଲା ଏବଂ କାଲିଫର୍ନିଆର ସାଣ୍ଟା କ୍ଲାରାରେ ରହୁଥିଲା, କିନ୍ତୁ ସେ ତାଙ୍କ ଜଣେ ବନ୍ଧୁଙ୍କ ଠାରୁ ତାଙ୍କ ହତ୍ୟା ଖବର ମିଳିଥିଲା । ଜାତିଗତ ଭେଦଭାବ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ତାଙ୍କ ବାପା ସନ୍ଦେହ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!