ଗୃହ ମଧ୍ୟ ଭାଗରେ ବିଜେଡିର ନାରାବାଜି।,ଆସନ୍ତାକାଲି ଦିନ ୧୦ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର,୧୯।୯: ଗୃହରେ ପୁଣି ବିଜେଡିର ହଟ୍ଟଗୋଳ। ଗୃହ ମଧ୍ୟ ଭାଗକୁ ଆସି ସରକାର ବିରୋଧରେ ନାରାବାଜି କଲା ବିଜେଡି। ସକାଳୁ ମଧ୍ୟ ଗୃହ ଆରମ୍ଭ ହେବା ପରେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।ଆଉ ଅପରାହ୍ନରେ ଗୃହ ଆରମ୍ଭ ହେଉ ହେଉ ପୁଣି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲା ବିଜେଡି। ଅଧିବେଶନ ଆରମ୍ଭରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଶ୍ନୋତ୍ତର ବେଳେ ହୋହଲ୍ଲା ହୋଇଥିଲା। ଏହି ସମୟରେ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ଫଳରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ। କଂଗ୍ରେସର ମୁଲତବି ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିଥିଲେ। ଏହା ସତ୍ତ୍ବେ ବିଜେଡି ନାରାବାଜି ଓ ହୋହଲ୍ଲା କରିଥିଲେ।ଯାହା ଫଳରେ ଗୃହକୁ ଆସନ୍ତାକାଲି ଦିନ ୧୦ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି।ଏହାସହ ବାଚସ୍ପତି କହିଛନ୍ତି ଗୃହ ସ୍ୱଭାବିକ ନହେବା ଯାଏଁ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିଚାର କରିହେବନାହିଁ। ସେପଟେ କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିଲେ ବିଜେପି ବିଧାୟକ।ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଅଭିଯୋଗ କରିଛନ୍ତି ଯେ ଅନାସ୍ଥା ଆସିବା ପୂର୍ବରୁ କଂଗ୍ରେସ ଗଣମାଧ୍ୟମରେ ଅନାସ୍ଥାକୁ ନେଇ ବିବୃତି ଦେବା ସ୍ୱାଧୀକାର ଭଙ୍ଗ କରିଛି।ତେବେ ଆମେ ଯଦି ଗୃହର ଅଚଳାବସ୍ଥା ସମ୍ପର୍କରେ ଆଲୋଚନା କରିବା, ତେବେ ଏହା ପ୍ରଥମ ଥର ନୁହେଁ ଯେ ଗୃହ ମୁଲତବି ରହିଛି। ପ୍ରାୟ ସବୁ ଅଧିବେଶନ ବେଳେ ଏହିପରି ପରିସ୍ଥିତି ଦେଖିବାକୁ ମିଳେ।ଆଉ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ପ୍ରସଙ୍ଗ ଉଠାଇ ବିରୋଧୀ ଗୃହରେ ହଟ୍ଟଗୋଳ କରନ୍ତି। ହେଲେ ସବୁଠାରୁ ବଡ଼ କଥା ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଏହି ଦୃଶ୍ୟ ଅଧିକ ଦେଖିବାକୁ ମିଳୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!